Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଝି ରାସ୍ତାରେ ବନ୍ଧୁକ ଦେଖାଇ ଶିକ୍ଷୟତ୍ରୀ ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ନିକଟରୁ ବନ୍ଧୁକ ଦେଖାଇ ଲୁଟ ହୋଇଛି। ତିନିଜଣ ଦୁର୍ବୁତ୍ତ ଏକ ପଲସର ବାଇକ ରେ ଆସି ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଛନ୍ତି। ସୂଚନା ରୁ ଜଣା ଯାଇଛି କି ପଢ଼ିଆରିପଲ୍ଲୀ ହାଇସ୍କୁଲ ବଣିଆପଙ୍କ ର ଶିକ୍ଷୟତ୍ରୀ ନିବେଦିତା ପାତ୍ର ଆଜି ୯ଟା ୪୫ ମିନିଟ ସମୟରେ ନିଜ ଗାଁ ମଟରା ଗଡ଼ିଆ ରୁ ସ୍କୁଟିରେ ଯାଉଥିବା ସମୟରେ ତିନିଜଣ ଯୁବକ ଏକ କଳା ରଙ୍ଗର ପଲସର ଗାଡ଼ିରେ ଆସି ସମ୍ମୁଖରେ ବାଇକ ଟିକୁ ରଖିଦେଇ ନିବେଦିତା ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ବେକରୁ ଦୁଇଭରି ରୁ ଉର୍ଦ୍ଧ ଓଜନର ସୁନାଚେନ, ମୁଦି, ଦୁଇଟି ମୋବାଇଲ, ନଗଦ ଦୁଇ ହଜାର ଟଙ୍କା ଲୁଟି ନେଇଥିଲେ। ଏପରିକି ସ୍କୁଟି ର ଚାବିକାଠି ମଧ୍ୟ ନେଇପଳାଇଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ବାଟୋଇ ଙ୍କୁ ଜଣାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ
ଖବର ପାଇ ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ