Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶହିଦ ବିଭୀଷଣ ସାହୁ ସ୍ମାରକୀ କ୍ରିକେଟ୍ ଟୁଣ୍ଣାମେଣ୍ଟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ଖେଳ ପଡିଆ ରେ ଚାଲିଥିବା ୧୪ ତମ ଶହିଦ ବିଭୀଷଣ ସହୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ରେ ସ୍କାଏ ଏଲେଭେନ୍ , ବୀରମହାରାଜପୁର ଓ ମେହେର ସୁପରଷ୍ଟାର ,ବାଉଁଶୁଣି ସେମି ଫାଇନାଲ ରେ ପ୍ରବେଶ କରିଛନ୍ତି। ସୋମବାର ପ୍ରଥମ ମ୍ୟାଚ୍ ଟି ସହରାପାଲି ଓ ବିଗ ବ୍ରୋଦର , ପଣ୍ଡିଆପାଲି ମଧ୍ୟରେ ହୋଇଥିଲା । ଏଥିରେ ସହରାପାଲି ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ମେହେର ସୁପର ଷ୍ଟାର , ବାଉଁଶୁଣି ଓ ଏମଏମସିସି ମଧ୍ୟରେ ଖେଳା ଯାଇଥିଲା ବେଳେ ଖେଳରେ ବାଉଁଶୁଣି ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚ୍ ର ବିଜେତା ସହରାପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ବାଉଁଶୁଣି ମଧ୍ୟରେ ହୋଇଥିଲା । ଏଥିରେ ବାଉଁଶୁଣି ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ସେହିପରି ରବିବାର ଦିନ ବୀରମହାରାଜପୁର ଦଳ ପ୍ରଥମ ମ୍ୟାଚ୍ ରେ ଅଡାଲ କୁ ହରାଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ରେ ସୋରଣା( ବରଗଡ଼) କୁ ହରାଇ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଗୁଡ଼ିକ ରେ ପିଣ୍ଟୁ ବେହେରା , ସୁବ୍ରତ ବେହେରା , ପ୍ରଫୁଲ୍ଲ ବେହେରା ଓ ରାଜୀବ ପ୍ରଧାନ ଅମ୍ପାୟାର , କୁମାର ସେଠୀ ସ୍କୋରର ଏବଂ ରିଙ୍କୁ ଭୋଇ ଙ୍କୁ ଧରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ହିଲୁଙ୍ଗ ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରତିନିଧି କୃତିବାସ ମିଶ୍ର , ମହାଦା ସରପଞ୍ଚ ପ୍ରତିନିଧି ପ୍ରତାପ ଶତପଥି , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବାଉଁଶୁଣି ର ଛୋଟୁ ଆକାଶ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ