Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଦୁଇଟି ହୁଣ୍ଡି ଲୁଟିନେଲେ ଦୁର୍ବୁତ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଦୁଇଟି ହୁଣ୍ଡିକୁ ଦୁର୍ବୃତ୍ତମାନେ ଚୋରି କରିନେଇଥିବାର ସୂଚନା ମିଳିଛି । ମନ୍ଦିର କମିଟି ତରଫରୁ ଥାନାରେ ଏନେଇ ଏତଲା ଦିଆଯିବା ପରେ ବୀରମହାରାଜପୁର ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ସୋମବାର ରାତିରେ ମନ୍ଦିର ପହୁଡ଼ ଦେଇ ପୂଜକ ବିଶ୍ଵାମିତ୍ର ଚାନ୍ଦ ଘରକୁ ଯାଇଥିଲେ । ଆଜି ଭୋରସମୟରେ ମନ୍ଦିର ଦ୍ବାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିଲା ବେଳକୁ ସିଂହଦ୍ୱାର ତାଲା କାଟି ଦୁଇ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ ପୂଜକ । ଏ ସମ୍ପର୍କରେ ପୂଜକ ଠାରୁ ଖବର ପାଇ ମନ୍ଦିର ପରିଚାଳନା କମିଟିର ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁ ପ୍ରସାଦ ହୋତା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥି‌ଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବେ ମିଳିଥିବା ସୂଚନା ଅନୁସାରେ ମନ୍ଦିର ପାଖରେ ଥିବା ଭଗ ବନ୍ଧର ଏକ ପରିତ୍ୟକ୍ତ ସ୍ଥାନରେ ହୁଣ୍ଡି ଦୁଇଟି ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ସନ୍ଧାନି କୁକୁର ଉପସ୍ଥିତ ରେ ଅଧିକ ତଦନ୍ତ କରାଯାଉ ଥିବାବେଳେ ପୋଲିସ ଚୋରି ଘଟଣାରେ ସଂପୃକ୍ତ ଥିବା କିଛି ଲୋକଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରା ଉଚରା କରୁଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ