Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦେଶର ଏହି ସବୁ ରାଜ୍ୟରେ ରୁହନ୍ତି ଦେଶର ସବୁଠୁ ଅଧିକ କୋଟିପତି

ନୂଆଦିଲ୍ଲୀ: ଲୋକେ ସର୍ବଦା ଧନୀଙ୍କ କଥା କୁହନ୍ତି ଓ କେଉଁଠି ସେମାନେ ରୁହନ୍ତି, କେମିତି ରୁହନ୍ତି, ସେମାନଙ୍କର ଚାଲି ଚଲଣ କେମିତି ରହିଥାଏ ଆଲୋଚନା କରନ୍ତି। ତେବେ ଆପଣ ଜାଣିଛନ୍ତି କି ଦେଶର କେଉଁ ରାଜ୍ୟରେ ଅଧିକ ଧନୀ ଲୋକ ରୁହନ୍ତି। ନିକଟରେ ଏକ ସର୍ଭେରୁ ଜଣା ପଡିଛି ଯେ, କେଉଁ ରାଜ୍ୟରେ କେତେ କୋଟିପତି ରହୁଛନ୍ତି।

ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶର ସବୁଠୁ ଅଧିକ କୋଟିପତି ରୁହନ୍ତି। ଏଠାରେ ୩୯୧ ଜଣ ବିତ୍ତଶାଳୀ ରହୁଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ୧୯୯ ଜଣ, ଗୁଜରାଟରେ ୧୦୮ ଜଣ, କର୍ଣ୍ଣାଟକରେ ୧୦୬ ଜଣ ଦେଶର ସବୁଠୁ ଅଧିକ କୋଟପତି ରହୁଛନ୍ତି।


ସେହିପରି ତାମିଲନାଡୁରେ ୧୦୩, ତେଲେଙ୍ଗାନାରେ ୯୫, ପଶ୍ଚିମବଙ୍ଗରେ ୫୨, ଉତ୍ତର ପ୍ରଦେଶରେ ୩୫, ହରିୟାଣାରେ ୩୦, ରାଜସ୍ତାନରେ ୨୪, କେରଳରେ ୧୬ ଓ ପଞ୍ଜାବରେ ୧୧ ଜଣ କୋଟିପତି ରହୁଛନ୍ତି। ସହର ହିସାବରେ ମୁମ୍ବାଇରେ ସବୁଠୁ ଅଧିକ ଧନଶାଳୀ ଲୋକ ରହୁଛନ୍ତି। ଏହି ସବୁ କୋଟିପତିଙ୍କ ସଂପତ୍ତି ହଜାରେ କୋଟିରୁ ଅଧିକ ରୁହନ୍ତି।