Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ସାମ୍ବାଦିକ ସଂଘ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ଗୋପାଳପୁର ୮/୧୧ ଗୋପାଳପୁର ସାମ୍ବାଦିକ ସଂଘ ପକ୍ଷରୁ ଆଜି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଂଘର ସମସ୍ତ ସାମ୍ବାଦିକଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରଖିବା ସହ ଦରକାର ସମୟରେ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏନ ଏ ସିର କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଯୋଗ ଦେଇ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପ୍ରତ୍ୟେକ ଦିନ ବହୁ ପର୍ଯ୍ୟଟନ ଏଠାକୁ ବୁଲିବାକୁ ଆସିଥାନ୍ତି l ତେଣୁ ଆମେ ସବୁବେଳେ ନିଜ ଅଞ୍ଚଳକୁ ସଫା ରଖିବା ସହ ବେଳାଭୂମିକୁ ସଫା ସୁତରା ରଖିବା l ତାହାସହ ବେଳାଭୂମି ପରିସରକୁ ପ୍ଲାଷ୍ଟିକ,ପଲିଥିନ ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ l ଗୋପାଳପୁରକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳି ଭାବେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l ଏହି ଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ପରେ ବେଳାଭୂମି ସଫେଇ କରାଯିବା ସହ ବେଳାଭୂମିରେ ଥିବା ଉଠା ଦୋକାନୀ ମାନଙ୍କୁ ବେଳାଭୂମି ପରିସରକୁ ସଫା ସୁତରା ରଖିବା ସହ ପଲିଥିନ ବ୍ୟବହାର ନକରିବା ଏବଂ ଡଷ୍ଟବିନ ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଏନ ଏ ସି ଉପାଧକ୍ଷା ବି. ଉମା, ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟନାୟକ, ଉପ ସଭାପତି ପିଣ୍ଟୁ ବେହେରା,ସମ୍ପାଦିକା ତନୁଶ୍ରୀ ନାହକ,ସହ ସମ୍ପାଦକ ଶୁଭେନ୍ଦୁ ଦାସ, କୋଷାଧ୍ୟକ୍ଷ ସାଗର ମହାରଣା, ଅନିଲ କୁମାର ପଟ୍ଟନାୟକ, ଏନ୍ .ନାଗଭୂଷଣ, ରାଜୀବ ଲୋଚନ ମିଶ୍ର,ସଞ୍ଜୟ କୁମାର ସାହୁ,ରୂପକ ମହାନ୍ତି,ଚନ୍ଦନ ସାହୁ,ସମୀର ରଥ,ଚିନୀ ରାଓ ଉପଦେଷ୍ଟା ପଞ୍ଚୁ ବେହେରା, ଏମ. ଚନ୍ଦ୍ର ଶେଖରଙ୍କ ସମେତ ଏନ ଏ ସି କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ