Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ୱତନ୍ତ୍ର ବକୃତାମାଳା ସହ ଦୁଇଟି ଏମ ଓ ୟୁ ସ୍ବାକ୍ଷରିତ

ଗୋପାଳପୁର ୮/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷ ଠାରେ ଭାଷା ବିଜ୍ଞାନ ବିଭାଗର ଏକସ୍ୱତନ୍ତ୍ର ବକୃତାମାଳା ସହ ଦୁଇଟି ଚୁକ୍ତିନାମା ପତ୍ର ସ୍ଵାକ୍ଷର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ସ୍ୱତନ୍ତ୍ର ବକୃତାରେ ବକ୍ତା ଭାବେ ବ୍ରାଜିଲର ଫେଡ଼ରାଲ ୟୁନିଭେରସିଟି ଅଫ ସାନ୍ତାକାଟାରିନା ପ୍ରଫେସର ଗିଲଭାନ ମୁଲର, ଅନ୍ୟତମ ବକ୍ତା ଭାବେ କଲିକତାର ଆଇ ଏସ ଆଇ (ଇଣ୍ଡିଆନ ଷ୍ଟାଟିକ୍ସକଲ ଇନଷ୍ଟିଚୁଟ) ପ୍ରଫେସର ନୀଳାଦ୍ରି ଶେଖର ଦାଶ ଯୋଗ ଦେଇ ଥିଲେ l ଏଥିରେ “ବହୁ ଭାସିତା, ଜଗତିକରଣ ଓ ରାଜନୀତି :ସମସାମୟିକ ପ୍ରସଙ୍ଗ”ଉପରେ ବ୍ରାଜିଲର ପ୍ରଫେସର ଗିଲଭାନ ମୁଲର ଯୋଗ ଦେଇ ଭାଷା, ସଂସ୍କୃତି, ଓ ଲିଖନୀ, ପରମ୍ପରା ଉପରେ ଆଲୋକପାତ କରିଥିବା ବେଳେ କଲିକତାର ପ୍ରଫେସର ନୀଳାଦ୍ରି ଶେଖର ଦାଶ ଯୋଗ ଦେଇ ଭାଷାର ପ୍ରଚାର, ପ୍ରସାର, ବ୍ୟବହାର, ସମସ୍ୟା ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ l ପ୍ରଫେସର ଗୀତାଞ୍ଜଳି ଦାଶ କହିଥିଲେ ଭାଷାରେ ପରିବର୍ତନ ରହିଛି ଏବଂ ତାହାସହ ସଂଶୋଧନ କରିବା ସବୁ ଭାଷାକୁ ଗୁରୁତ୍ୱ ଦେବାକୁ କହିଥିଲେ l ପରେ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର କରି ଉଭୟଙ୍କ ମଧ୍ୟରେ ଆଦାନ ପ୍ରଦାନ କରିଥିଲେ l ଏହି ଚୁକ୍ତି ବେଳେ କଲିକତା ପକ୍ଷରୁ ପ୍ରଫେସର ଦାଶ, ବ୍ରାଜିଲ ପକ୍ଷରୁ ଗିଲଭାନ ଉପସ୍ଥିତ ଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ଭାଷା ବିଜ୍ଞାନ ବିଭାଗର ସଂଯୋଜକ ଡ଼. ମେଣ୍ଡମ ବାପୁଜୀ,ସଂଯୋଜକ ଡ଼. ସଦାନନ୍ଦ ନାୟକ, ସିଡ଼ିସି ନିର୍ଦ୍ଧେଶକ ପ୍ରଫେସର ସୁକାନ୍ତ ତ୍ରିପାଠୀ, ଆଇ କ୍ୟୁ ଏସିର ଯୁଗ୍ମ ନିର୍ଦ୍ଧେଶକ ଡ଼. ଲକ୍ଷ୍ମୀ ଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଚୁକ୍ତିନାମା ୫ ବର୍ଷ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ଛାତ୍ର, ଛାତ୍ରୀ, ଗବେଷକ, ଗବେଷିକା ମାନେ ଗବେଷଣା ଉପରେ ଅଧିକ ଜ୍ଞାନ ଆହୋରଣ କରିପାରିବେ l ଏବଂ ପ୍ରକଳ୍ପ ଉପରେ ଛାତ୍ର, ଛାତ୍ରୀ ଦକ୍ଷତା ବଢ଼ି ପାରିବ l ଏହା ଦ୍ୱାରା ଭାଷା ଜ୍ଞାନର ଆଦାନ, ପ୍ରଦାନ ରହିବ ବୋଲି ଜଣାପଡିଛି l ସଂଯୋଜକ ଡ଼. ନାୟକ ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ l ଡ଼. ବବିତା ସାରଙ୍ଗଥମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼.ମେଣ୍ଡମ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଛାତ୍ର, ଛାତ୍ରୀ, ଗବେଷକ, ଗବେଷିକା ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories