Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୩ ମାସର ଚାଉଳ ହେରଫେର, ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ଖଟୁଳୁଗୁଡା ଗ୍ରାମବାସୀ।

କୋକସରା(ଆପ୍ର)୧୦/୧୧ ତିନିମାସ ର ଚାଉଳ ପାଇ ନାହାନ୍ତି ହିତାଧିକାରୀ. ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାଇ ସରକାର ପିଡ଼ିଏସ ଚାଉଳ ଯୋଗାଉଥିବା ବେଳେ ଅଧିକାରୀ ବାବୁ ମାନେ ହିତାଧିକାରୀଙ୍କ ଚାଉଳ ଖାଇ ହିତାଧିକାରୀଙ୍କ ଉପରେ ମନମୁଖୀ ଶାସନ ଚଳାଉଛନ୍ତି ପଞ୍ଚାୟତ ଯୋଗାଣ ସହାୟକ ଚାଉଳ ଚାଉଳ ଖାଇଦେଇଥିବା ନେଇ ହିତାଧିକାରୀ ମାନେ ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି।ସୂଚନା ଥାଉ କି କୋକସରା ବ୍ଲକ ମୋଟର ପଞ୍ଚାୟତ ରସମସ୍ତ ଗ୍ରାମରେ ୩ ମାସ ର ଚାଉଳ ଦେଇଥିବା ବେଳେ ଖଟୁଲୁଗୁଡା ଗାଁ ର ହିତାଧିକାରୀଙ୍କ ଚାଉଳ ଯୋଗାଣ ସହାୟକ ଖାଇ ଦେଇଥିବା ଅଭିଯୋଗ ଆଣିଛନ୍ତି।କୋକସରା ବିଡ଼ିଓ,ମୋଟେର ସରପଞ୍ଚ, ପି.ଇ.ଓ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ରଖିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଗୁରୁବାର କୁଳମଣି ଦଲପତି,ବିରଞ୍ଚି ଦଳପତି, ସବିତା ହାତୀ, ନାରାୟଣ ହାତୀ, ଗିରିଧାରୀ ଦଳପତି ସମେତ ଶତାଧିକ ହିତାଧିକାରୀ ମାନେ କଂଗ୍ରେସ ନେତା ଦିଗାମ୍ବର ଦୁରିଆ ଙ୍କୁ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲେ। ଏହି ହିତାଧିକାରୀ ମାନଙ୍କୁ ପିଡ଼ିଏସ ଚାଉଳ ଯୋଗାଣ ନ ହୁଏ ତେବେ ଆଗକୁ ତୀବ୍ରତର ଆନ୍ଦୋଳନ ହେବ ବୋଲି ଶ୍ରୀ ଦୁରିଆ କହିଥିଲେ।