Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମର ପାଲି ୟୁ ପି ସ୍କୁଲ ରେ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସରକାରୀ ୟୁପି ସ୍କୁଲ ରେ ବୁଧୁବାର ଦିନ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ କୃତି ଅର୍ଜନ କରିଥିବାରୁ ଏକ ସଭା ରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପୂର୍ବତନ ସମିତି ସଭ୍ୟା ତଥା ମୋ ସ୍କୁଲ ଅଭିଯାନ କମିଟିର ସଭାପତି ପୀତାମ୍ବର ସାହୁ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରଦୀପ ଜଗଦଲା ସଂଯୋଜନା କରିଥିବା ବେଳେ ଯଦୁମଣି ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ପ୍ରାଣବନ୍ଧୁ ସାହୁ କୃତି ଛାତ୍ର ଛାତ୍ରୀ ଙ୍କ ସଫଳତା ଯୋଗୁଁ ସ୍କୁଲ ଗର୍ବିତ ବୋଲି କହିବା ସହିତ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଁ ପ୍ରଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସର ରେ ସ୍କୁଲ ର ଚତୁର୍ଥ ଶ୍ରେଣୀ ର ଛାତ୍ର ଆର୍ଯ୍ୟାଂଶୁ ସାହୁ , ଅଷ୍ଟମ ଶ୍ରେଣୀ ର ଛାତ୍ର ଆର୍ୟାନ ପ୍ରଧାନ ଓ ସପ୍ତମ ଶ୍ରେଣୀର ସ୍ନେହାରାଣୀ ଦେହୁରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନଯୋଗ୍ୟ ଆର୍ଯାନ ପ୍ରଧାନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ର ଜୁନିଅର ବିଭାଗ ର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ବ୍ଲକ ସ୍ତରୀୟ ସୁରଭି ର ଚିତ୍ରାଙ୍କନ ପ୍ରତିଯୋଗିତା ରେ ମଧ୍ୟ ପ୍ରଥମ ହୋଇଥିଲେ । ସିନିଅର ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆର୍ୟାନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ନେହାରାଣୀ ଜୁନିଅର ବିଭାଗର ବକୃତା ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଉକ୍ତ କୃତି ଛାତ୍ରୀ ଛାତ୍ର ଙ୍କ ସଫଳତା ଆନ୍ୟ ଛାତ୍ରୀ ଛାତ୍ର ଙ୍କୁ ଉତ୍ସାହିତ କରିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୋଇ ପ୍ରକାଶ କରିଛନ୍ତି। ଶିକ୍ଷକ ଶୁଭାଶିଷ ମିଶ୍ର , ରାଜୀବ ଦୀପ , ଅମୂଲ୍ୟ ମହାରଣା , ନାୟକ ଓ ଅନନ୍ଦିନୀ ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସର ରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ