Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ଧନୁଯାତ୍ରା ଡିସେମ୍ବର 28 ରୁ ଜାନୁୟାରୀ 7

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ଆୟୋଜିତ ଓ ଗ୍ରାମୀଣ ବିକାଶ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୧୬ତମ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ଏହି ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୨୮ ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଡିସେମ୍ବର ୨୪ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ହରିବଂଶ ଗ୍ରନ୍ଥ ପଠନ , ସାଂସ୍କୃତିକ କାର୍ଯ୍ୟକ୍ରମ , ଗୋପଲିଳା କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଜଣାପଡିଛି । ଏଥର ବିଶେଷ ଆକର୍ଷଣ ଭାବରେ କଂସ ଦରବାର , ଅକେଷ୍ଟା , ଅପେରା , ମିନାବଜାର , ଲୋକ ନୃତ୍ୟ , ଗୀତ , ନାଚ , ବିଭିନ୍ନ ଅଭିନେତା ଅଭିନେତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଏଥର ପୂର୍ବ ବର୍ଷ ଭଳି କଂସ ଭୂମିକାରେ ମହାରାଜ ସୁଶୀଳ କୁମାର ମେହେର ଅଭିନୟ କରି ଲୋକଙ୍କ ମନ ମୋହିବେ । ଧନୁଯାତ୍ରା ପରିଚାଳନା କମିଟି ସଭାପତି ଋଷି କୁମାର ପଟେଲ ଙ୍କ ସଭାପତିତ୍ବରେ ବରିଷ୍ଠ ସଭ୍ୟ ହିମାଂଶୁ ଶେଖର ତ୍ରିପାଠୀ , ଦାମୋଦର ମେହେର , ଧର୍ମ ନିରଞ୍ଜନ ପଣ୍ଡା , ଦିଲ୍ଲୀପ ପୁରୋହିତ , ରାଧାଚରଣ ମହାକୁର , ବସୁଦେବ ଭୋଇ , ସନ୍ତୋଷ ଭୁକ୍ତା , କୈଳାଶ ପୁରୋହିତ , ଗୋପାଳ ପଣ୍ଡା , ଗୁନୁରାମ ମହାକୁର , ଗୋବିନ୍ଦ ତରାଇ ପ୍ରମୁଖ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।