ଦୁଷ୍କର୍ମ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ଉଲୁଣ୍ତା ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ କୁତମେଣ୍ଡା ଜଙ୍ଗଲ ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଛି l ଏନେଇ ପରିବାର ଲୋକେ ଜାଣିବା ପରେ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ I ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ରେ ପୁଲିସ ଅଭିଯୁକ୍ତ ସୁଦାମ ଲୁହା (32)କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି l ସୂଚନା ଯେ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା l ପରିବାର ଲୋକେ ଘଟଣା ସମ୍ପର୍କରେ ଉଲୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ପୁଲିସ ଅଭିଯୁକ୍ତ ସୁଦାମକୁ ଗିରଫ କରି କୋର୍ଟଚାଲାଣ କରିଥିବା ଉଲୁଣ୍ଡା ଥାନା ସୂତ୍ରରୁ ଜଣାଯାଇଛି l