ବରିଷ୍ଠ ସାମ୍ୱାଦିକ ଭୀଷ୍ମଦେବ ପଣ୍ଡାଙ୍କ ଦେହାନ୍ତ


ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ଗ୍ରାମପଞ୍ଚାୟତ ଅଧିନ ୱାର୍ଡ ନଂ-୫ ଗୋଲକନଗର ନିବାସୀ ତଥା ବରିଷ୍ଠ ସାମ୍ବାଦିକ ଭୀଷ୍ମଦେଵ ପଣ୍ଡା ଙ୍କ ୬୪ ବର୍ଷ ବୟସରେ ପରଲୋକ ଘଟିଛି l ତାଙ୍କର ଅନେକ ଦିନରୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା l ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବାରୁ ସମ୍ବଲପୁର ସ୍ଥିତ ଘରୋଇ ବିକାଶ ହସ୍ପିଟାଲ କୁ ନେଇଥିଲେ କିନ୍ତୁ ସେଠାରେ ସୁଚାରୁ ଚିକିତ୍ସା ବ୍ୟବସ୍ଥା ନ ହେବାରୁ ସଙ୍ଗେ ସଙ୍ଗେ ସମ୍ବଲପୁର ସରକାରୀ ମେଡ଼ିକାଲ ଆପାତଃ କାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀ ପଣ୍ଡାଙ୍କ ପରଲୋକ ଘଟିଥିଲା l ସେ ଅତାବିରା, ଗୋଡ଼ଭଗା ଅଞ୍ଚଳ ରେ ସାମ୍ବାଦିକ କ୍ଷେତ୍ରରେ ଜଣେ ସାଧକ,ସଂଗ୍ରାମୀ ସାମ୍ବାଦିକତା ଭାବେ ସୁନାମ ଅର୍ଜନ କରିଥିଲେ l ସେ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର କାର୍ଯ୍ୟକାରିଣୀ ସଦସ୍ୟ,ଦୀର୍ଘଥର ଧରି ଲହଣ୍ଡା ସେବା ସମବାୟ ସମିତିର ଡ଼ାଇରେକ୍ଟର ଥିଲେ,ଅତାବିରା ଆରଏମସି ର ନିର୍ଦ୍ଦେଶକ ଓ ଗୋଡ଼ଭଗା ସାରସ୍ୱତ ମହାବିଦ୍ୟାଳୟ ର ପୂର୍ବତନ ପରିଚାଳନା କମିଟିର ସଦସ୍ୟ ତଥା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ l ସେ ଜଣେ ସରଳ, ମେଳାପୀ,ପରୋପକାରୀ,ସାମାଜିକ କର୍ମୀ ଭାବେ ଅଞ୍ଚଳ ରେ ବେଶ ପରିଚିତ ଥିଲେ l ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ପଣ୍ଡା,ବଡ଼ପୁଅ ରାଜେଶ ପଣ୍ଡା,ବୋହୁ,ଝିଅ ଜ୍ୱାଇଁ ନାତିନାତୁଣୀ ସହ ଭରପୁର ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରେଙ୍ଗାଲି ବିଧାୟକ ନାଉରୀ ନାୟକ,ସାମାଜିକ କର୍ମୀ ସୁନୀଲ ମିଶ୍ର, ମନୋଜ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ପଧାନ,ରାଧେଶ୍ୟାମ ପଧାନ,ଅକ୍ଷୟ କର୍ଣ୍ଣି,ସନ୍ତୋଷ ଦାସ,ପୂର୍ବତନ ସରପଞ୍ଚ କମଳାକାନ୍ତ ଛନ୍ଦ,ବରିଷ୍ଠ କଂଗ୍ରେସ ନେତା ଦୟା ସାଗର ମେଣ୍ଡଳୀ ଓ ସ୍ଥାନୀୟ ସମ୍ବାଦିଗଣ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ଗୋଡ଼ଭଗା ସ୍ଥିତ ଶ୍ମଶାନ ଘାଟ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ଏକମାତ୍ର ପୁଅ ରାଜେଶ ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ l ଏହି ଖବର ପ୍ରଚାର ହେବା ପରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।