Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାରେ ଗଡ଼ିଲା ଭୋଟର ସଚେତନତା ରଥ

ଝାରସୁଗୁଡା ତା୧୨/୧୧- ଭୋଟର ତାଲିକାରେ ନାମ ଯୋଡ଼ିବା ପାଇଁ ଆଗ୍ରହୀ ୧୭ ବର୍ଷରୁ ଉର୍ଦ୍ଧ୍ବ ଯୁବକ/ଯୁବତୀ ନିକଟସ୍ଥ ବୁଥରେ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ନିଜର ଆବେଦନ ଦାଖଲ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରା ଯାଇଛି। ଭୋଟର ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ରଥ ଜିଲ୍ଲାବ୍ୟାପୀ ପରିଭ୍ରମଣ କରିବ। ଝାରସୁଗୁଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆବୋଲୀ ସୁନିଲ ନରୱଣେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏହି ଭୋଟର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଚଳିତ ମାସ ନଭେମ୍ବର ୫,୧୧,୧୯ ଓ ୨୫ ତାରିଖ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବରେ ସ୍ଥିର କରାଯାଇଛି। ଏହି ରଥ ଚଳିତ ମାସ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ପରିଭ୍ରମଣ କରିବ । ଆଗ୍ରହୀ ଯୁବକ/ଯୁବତୀ ଭୋଟର ଆପ୍, ଟୋଲ ଫ୍ରି ନମ୍ବର କିମ୍ବା voters.eci.gov.in ସହାୟତା ନେଇ ପାରିବେ । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ