Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୦ତମ ନିଖିଳ ଭାରତ ସମବାୟ ସପ୍ତାହ’ ୨୦୨୩ ଗଞ୍ଜାମ ଜିଲ୍ଲା ସମବାୟ ସଂଘ ତରଫରୁ ପତାକା ଉତ୍ତୋଳନ ଉତ୍ସବ

ଗୋପାଳପୁର,୧୪/୧୧ ଗୋପାଳପୁର ଠାରେ ଥିବା ଓଡିଶା ସମବାୟ ସମୃଦ୍ଧି ତାଲିମ କେନ୍ଦ୍ର ପରିସରରେ ସମବାୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଶା ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡା ଯୋଗଦେଇ ସମସ୍ତ ସମବାୟ ଅନୁରାଗୀ ଓ ଶିକ୍ଷାନବୀଶ ମାନଙ୍କୁ ସମବାୟର ସମୁଚିତ ଉଦ୍ଭବରେ ଦେଶର ବିକାଶ ତ୍ଵରାନିତ ହୋଇପାରିବ ବୋଲି ପ୍ରେରଣା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମବାୟ ସଂଘର ଅଧ୍ୟକ୍ଷ ତଥା ଓଡିଶା ରାଜ୍ୟ ସମବାୟ ସଂଘ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ରଣା ଅଧ୍ୟକ୍ଷତା କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଜୟ ମହାରଣା, ନିର୍ଦ୍ଦେଶକ ଗଞ୍ଜାମ ଜିଲ୍ଲା ସମବାୟ ସଂଘ, ଏ. ଜାନକୀ ରାମ, ଅଧ୍ୟକ୍ଷ ଗୋପାଳପୁର ଏନ.ଏ.ସି., ଶଶିଭୂଷଣ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଗୋପାଳପୁର ଏନ.ଏ.ସି., ଜିଲ୍ଲା ପରିଷଦ ସଭ୍ୟ ଦିପକ କୁମାର ସାମନ୍ତ, ପୂର୍ବତନ ଉପାଧ୍ୟକ୍ଷ, ରଙ୍ଗେଇଲୁଣ୍ଡା ବ୍ଲକ ତଥା ନିର୍ଦ୍ଦେଶକ ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କ
ଅଜିତ ଦାସ, ନିର୍ଦ୍ଦେଶକ ଗଞ୍ଜାମ ଜିଲ୍ଲା ସମବାୟ ସଂଘ କାଳୁ ପ୍ରଧାନ,ସମବାୟ ବିତ ତୋଫାନ ଦଳାଇ, ରାମ ପାତ୍ର, ପ୍ରକାଶ ରଣା ପ୍ରମୁଖ ଯୋଗଦେଇଥିଲେ । ଏହି ଉତ୍ସବରେ ଅନୁଷ୍ଠାନ ତରଫରୁ ଅନୁଷ୍ଠାନର ଅଧ୍ୟକ୍ଷ ଡି. କ୍ରିଷ୍ଣାନନ୍ଦ, ରାମ ମୋହନ ପାତ୍ର (କେନ୍ଦ୍ରର ଉପଦେଷ୍ଟା) ଓ କେନ୍ଦ୍ରର ଅଧ୍ୟାପିକା ମମତା ସାହୁ ଏବଂ ତାଲିମ ସହାୟକ ମଧୁସୂଦନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମବାୟବିତ ତୋଫାନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories