Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଇ.ଆର.ବି.ଏନ ଜାରିଙ୍ଗ ସଭାଗୃହରେ ଜିଲ୍ଲା ସ୍ତରୀୟ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା, ୧୪/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଚଥା ନୁଆପଡା, ନବରଙ୍ଗପୁର, ବଲାଙ୍ଗିର କନ୍ଧମାଳ ଆଦି ଜିଲ୍ଲାର ବୈଦ୍ୟ ମାନଙ୍କୁ ନେଇ ଆଜି ଜୁନାଗଡ଼ ସ୍ଥିତ ଆଇଆରବିଏନ ଜାରିଙ୍ଗ ସଭାଗୃହରେ ଜିଲ୍ଲା ସ୍ତରୀୟ ବୈଦ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବନୌଷଧିର ଗୁଣ ଓ ଉପକାରିତା ସମ୍ବନ୍ଧରେ ଉପସ୍ଥିତ ବକ୍ତାମାନେ ଆଲୋକପାତ କରିଥିଲେ, ବୈଦ୍ୟ ସଂଘର ସଭାପତି ଯତୀନ୍ଦ୍ର କରଙ୍କ ଆହ୍ୱାନ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମୁଖ୍ୟବକ୍ତା ଭାବେ ଆୟୁର୍ବେଦ ଜିଲ୍ଲା ଚିକିତ୍ସାଧିକାରୀ ଡଃ ସରୋଜ କୁମାର ମିଶ୍ର, ସମ୍ମାନୀୟ ଅତିଥି ଭାବେ ଅକ୍ଷୟ କୁମାର ନାୟକ,କମାଣ୍ଡାଣ୍ଟ ଡ଼ଃ ଅଯୋଧ୍ୟା ନାଥ ବେହେରା, ଡଃ ଅମିତ କୁମାର ମୁଣ୍ଡ,ଶରତ ସୁନା,ଆଶିଷ୍ଟାଣ୍ଡ କମାଣ୍ଡାଣ୍ଟ ମହେନ୍ଦ୍ର ଭୋଇ, ଦୁର୍ଯୋଧନ ବେହେରା, ବରିଷ୍ଠ ବୈଦ୍ୟ ପବିତ୍ର ଶବର, ପଦ୍ମଶ୍ରୀ ପଟ୍ଟାୟତ ସାହୁ,ଛବିଲାଲ ନିଆଲ ପ୍ରମୁଖ ମଞ୍ଚାସିନ ଥିଲେ, ବୈଦ୍ୟସଂଘ ପକ୍ଷରୁ ଅଗ୍ରଣୀ ବୈଦ୍ୟ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା,ଦକ୍ଷବୈଦ୍ୟ ଭାବେ ପଟ୍ଟାୟତ ସାହୁ, ପ୍ରକୃତିବନ୍ଧୁ ଭାବେ ମମତା କର, ବୈଦ୍ୟରତ୍ନ ଭାବେ ବରୁଣ ଦୁର୍ଗା,ବିଶାରଦ ଧନଞ୍ଜୟ ସା, ବୈଦ୍ୟ ଓମକାର ସାହୁ, ସୁଦର୍ଶନ ପାତ୍ର,ଇଂ କ୍ଷୀରୋଦ ମୁଣ୍ଡକୁ ସମ୍ମାନିତ କରାଯାଇଥିବା ବେଳେ ବୈଦ୍ୟ ଝସକେତନ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ, ପ୍ରକାଶ ଯେ ସଭାପତି ଯତୀନ୍ଦ୍ର କରଙ୍କ ବାଡିବଗିଚାରେ ହଜାର ହଜାର ସଂଖ୍ୟାରେ ବନୌଷଧି ବୃକ୍ଷ ଲଗାଯାଇଥିବା ବେଳେ ତାହାକୁ ଅନେକ ବ୍ୟକ୍ତି ବିଶେଷ ପରିଦର୍ଶନ କରିବାକୁ ଯାଇଥିଲେ, ଏହି ଅବସରରେ ବିଭିନ୍ନ ବୃକ୍ଷର ଚେରମୂଳି ସମେତ ମାଗଣାରେ ବିଭିନ୍ନ ପ୍ରକାରର ଔଷଧ ଯୋଗାଇ ଦିଆଯାଇ ଥିଲା,ପୁରାତନ ପଦ୍ଧତି ବୈଦ୍ୟ ଉପଚାରକୁ ବଞ୍ଚାଇ ରଖିବା ପାଇଁଁ ଏଭଳି ଉଦ୍ୟମକୁ ଜନସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।