ଝାରସୁଗୁଡା ୧୫/୧୧ (ଓଡ଼ିଶା.ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ସ୍ଥିତ ବି ଏସ ହାଇସ୍କୁଲ ଖେଲ ପଡ଼ିଆରେ ଚଳିତ ନଭେମ୍ବର ମାସ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଆଞ୍ଚଳିକ ହାଇସ୍କୁଲର ୧୪ ବର୍ଷରୁ ଉର୍ଦ୍ଧ୍ବ ଓ ୧୭ ବର୍ଷରୁ କମ ବୟସର ଚାରିଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେମାନେ ହେଲେ ରେମନ ପଧାନ,ରାନୀ କାରାଳୀ,ପୁନମ କଲେତ ଏବଂ ପ୍ରଜ୍ଞା ପଧାନ । ଏମାନଙ୍କ ମଧ୍ୟରୁ ୧୭ ବର୍ଷରୁ କମ ବାଳିକା ବିଭାଗରେ ରାନୀ କରାଳୀ ଲମ୍ବଡିଆଁ ରେ ରୋପ୍ୟ ପଦକ ହାସଲ କରିଥିବା ବେଳେ ଡିସକସରେ ପୁନମ କଲେତ କାଂସ୍ୟ ପଦକ ପାଇ ଜାମଗାଁ ଆଞ୍ଚଳିକ ହାଇସ୍କୁଲ ତଥା ଝାରସୁଗୁଡା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଛାତ୍ରୀ ଦ୍ୱୟଙ୍କ ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ନବୀନ ଭୋଇ, ଶାରୀରିକ ଶିକ୍ଷକ ସୁକାନ୍ତ ବାଗ,ସହକାରୀ ଶିକ୍ଷକ ଉମେଶ ଚନ୍ଦ୍ର ବିଶ୍ଵାଳ ଓ ପ୍ରଦୀପ ଦାଶ,ସଂସ୍କୃତ ଶିକ୍ଷକ ଅଶ୍ୱିନୀ ବଢ଼େଇ, ହିନ୍ଦୀ ଶିକ୍ଷକ କୃଷ୍ଣ ବିହାରୀ ସାହୁ,ଧନିରାମ ସାହୁ, ଅଶୋକ ପସାୟତଙ୍କ ସମେତ ସମସ୍ତ କର୍ମଚାରୀ,ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଞ୍ଚଳର କ୍ରୀଡ଼ାବିଦ ମାନେ ଶୁଭେଚ୍ଛା ଜଣେଇବା ସହ ସେମାନଙ୍କ ମଙ୍ଗଳ କାମନା କରିଛନ୍ତି ।