Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଞ୍ଜିଝରନ ଗ୍ରାମରେ ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା

ଝାରସୁଗୁଡା ୧୫/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବାଦୀମାଲ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଝରନ ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଝରନ ପରିସରରେ ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇ ଯାଇଛି ।
ସର୍ବ ପ୍ରଥମେ ଏକ ଶୋଭାଯାତ୍ରାରେ କାଞ୍ଜିଝରଣ ଗ୍ରାମର ବନ୍ଧରୁ ମହିଳା ମାନେ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହାପରେ ଦେବତା ଆବାହନ, ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ,ଗିରି ଗୋବର୍ଦ୍ଧନ ପୂଜା, ହୋମ କୁଣ୍ଡରେ ଘୃତାହୁତି, ପୁଷ୍ପାଞ୍ଜଳି, ମଙ୍ଗଳ ଆଳତୀ, ପୂର୍ଣ୍ଣାହୁତି ସହ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଉକ୍ତ ପୂଜା ଉତ୍ସବରେ କାଞ୍ଜିଝରଣ ଗ୍ରାମର ବୃଷଭ କଉଡ଼ି ଓ ପତ୍ନୀ ଉର୍ମିଳା କଉଡ଼ି କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ଭୁଗଦେଵ ପାଢ଼ୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ କୁସୁମେଲ ଗାଁର ମହିଳା ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ । କାଞ୍ଜିଝରଣ ଗ୍ରାମର ପ୍ରଫୁଲ ବୀର, ଅକ୍ଷୟ ବୀର,ରବିନ୍ଦ୍ର ପଧାନ,ନିର୍ମଳ ଗଣ୍ଡା, ବୋଧନ ରାଉତ, ଅର୍ଜୁନ ନିସ୍ତାର, ବିରବଲ ନିସ୍ତାର, ଭକଲ ଭୂୟାଁ, ଉର୍ମିଳା କଉଡ଼ି, ତୁଲାବତୀ ଭୂୟାଁ, ସେବତୀ ରାଉତ, ପବିତ୍ରା ବୀର, ଅହଲ୍ୟା ନିସ୍ତାର, ଆଶା ଗଣ୍ଡା, ସୁଶୀଳା ନିସ୍ତାର, ବିଜ୍ଞସିନୀ ମାଝୀ ପ୍ରମୁଖଙ୍କ ସମେତ ଆଖପାଖ ଗ୍ରାମର ଗ୍ରାମବାସୀ ସହଯୋଗ କରିଥିଲେ । ଗିରି ଗୋବର୍ଦ୍ଧନ ପୂଜା ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ