Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ଧରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ଝାରସୁଗୁଡା ୧୫/୧୧ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବାଦୀମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ଧରା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଶିଶୁ ଦିବସ ପାଳିତ ହୋଇ ଯାଇଛି । ବଡ଼ଧରା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ଖମାରୀ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷକ ଫକୀର ସାହୁ ମଞ୍ଚ ସଞ୍ଚାଳନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ବସୁଦେବ ସହି ମୁଖ୍ୟ ଅତିଥି, ଉତ୍କଳ ସମ୍ମିଳନୀର ସଦସ୍ୟ କ୍ଷମାସାଗର ଭୋଇ ମୁଖ୍ୟ ବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ରାଜେଶ ପଧାନ, ସମାଜସେବୀ ଦ୍ଵିତୀୟ ଭୋଇ, କନକତୋରା ସରପଞ୍ଚ ସୁଶାନ୍ତ ଚଇନି, କନକତୋରା କ୍ଲଷ୍ଟର ସିଆରସିସି ସୀତାରାମ ସା,କନକତୋରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଦିଗନ୍ତ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଇନ୍ଦୁମତି ଡିଲା, ତୁଳସୀ ପଧାନ ଏବଂ ଶୃତି ବାରିକ ଶିଶୁ ଦିବସ ପାଳନ ଵିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ଅମିତ ପଧାନ ଏବଂ ଶଶୀରେଖା ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସେଟ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ରାଧେଶ୍ୟାମ ଭୋଇ ଗୋପୀନାଥ ପଧାନ, ବାଞ୍ଛାନିଧି ଖମାରୀ, ହେମ କୁମାର ପଧାନ, ଦୋଳ ଗୋବିନ୍ଦ ମେହେର, ଆଦିତି ପଧାନ, ଲୀଳାବତୀ ବେହେରା, ରିମା ସିଦାର,ଉର୍ମିଳା କିଷାନ, କୌଶଲ୍ୟା ସା, ଅନିତା ଭୋଇ, ସଚ୍ଚିଦାନନ୍ଦ ଭୋଇଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ସଦସ୍ୟା, ଏବଂ ବଡ଼ଧରା ଗ୍ରାମବାସୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ