Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସ ଟ୍ରଫି ପାଇଁ ଅନ୍ତଃ ମହାବିଦ୍ୟାଳୟ ଓଡିଆ ବକୃତା ପ୍ରତିଯୋଗିତା

ଗୋପାଳପୁର ୧୫/୧୧
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆସନ୍ତା ଜାନୁୟାରୀ ୨ ତାରିଖରେ ନିଜର ୫୮ ତମ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରିବ l ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗ ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ପଣ୍ଡିତ ନୀଳକଣ୍ଠ ଦାସ ପୁରସ୍କାର ପାଇଁ ଆଜି ସିନେଟ ହଲ ଠାରେ ଓଡ଼ିଆ ବକୃତା ପଣ୍ଡିତ ନିଳକଣ୍ଠ ଦାସ ଏକ ବହୁମୁଖି ପ୍ରତିଭାର ଅଧିକାରୀ ଶୀର୍ଷକ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ପିଜି ବିଭାଗ ଏବଂ ମହାବିଦ୍ୟାଳୟର ୩୪ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଚାରକ ଭାବେ ଡଃ. ସଦାନନ୍ଦ ନାୟକ, ଡଃ. ସମୀର ଭୋଇ, ଡଃ. ଶଙ୍କର୍ଷଣ ମଲ୍ଲିକ ରହିଥିଲେ l ପ୍ରତିଯୋଗିତାରେ ୧ମ ସ୍ଥାନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆଇନ ବିଭାଗର ଓମ୍ ପ୍ରକାଶ ପଣ୍ଡା, ୨ୟ ସ୍ଥାନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସସ୍ମିତା ରହିଦାସ , ୩ୟ ସ୍ଥାନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ବିଶ୍ଵ ପ୍ରତାପ ବେହେରା, ଭଞ୍ଜନଗର କେଏସ ୟୁ ବି କଲେଜର ଭଞ୍ଜ ଗୌଡ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରର ଉଦ୍ଭିଦ ବିଜ୍ଞାନ ବିଭାଗର କଲ୍ୟାଣୀ ନାୟକ ଚୟନ ହୋଇଛନ୍ତି l ବିଶ୍ଵଵିଦ୍ୟାଳୟର ପ୍ରତିଷ୍ଠା ଦିବସରେ କୃତୀ ଙ୍କୁ ଟ୍ରଫି,ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯିବ l ଏହି କାର୍ଯ୍ୟକ୍ରମକୁ ଡଃ. ରଘୁନାଥ ପାତ୍ର, ଡଃ. ଶଙ୍କର ମାଝୀ, ବିଭୁଦତ୍ତ୍ ମହାରଣା , ଭଗବାନ ପାତ୍ର, ମନୋରଞ୍ଜନ ପାଢ଼ୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories