Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠା ଦୋକାନୀଙ୍କୁ ଅସ୍ଥାୟୀ ଥାନରେ ଥଇଥାନ ।ଭେଣ୍ଡି ଜୋନ ନିର୍ମାଣ ପରେ ଦୋକାନୀ କୁ ଦୋକାନ ଆବଣ୍ଟନ ହେବ

ଗୋପାଳପୁର ୧୫/୧୧
ଗୋପାଳପୁର ନଡ଼ିଆ ବଜାର ନିକଟରେ ରହିଥିବା ଉଠା ଦୋକାନୀ ମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିନି ଷ୍ଟାଡିୟମ ସନ୍ନିକଟ ଅଞ୍ଚଳକୁ ଅସ୍ଥାୟୀ ଭାବେ ସାନାନ୍ତର କରାଯାଇଛି l ଆଗାମୀ ଦିନରେ ଉକ୍ତ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କାମ ସରିବା ପରେ ସେଠାରେ ଦୋକାନୀ ମାନଙ୍କୁ ଥଇଥାନ କରାଯିବ। ନଡ଼ିଆ ବଜାରର ସନ୍ନିକଟ ଅଞ୍ଚଳରେ ଦୀର୍ଘ ବର୍ଷ ଧରି‌ ବ୍ୟବସାୟ କରି ଆସୁଥିବା ଉଠା ଦୋକାନି କୁ ଉଚ୍ଛେଦ କରି ସେଠାରେ ନୂତନ ଭେଣ୍ଡି ଜୋନ ନିର୍ମାଣ ପାଇଁ ଏନ୍.ଏ.ସି ପକ୍ଷରୁ ବାରମ୍ବାର ନୋଟିସ ଜାରୀ ହୋଇଥିଲେ ମଧ୍ୟ ଦୋକାନୀ ମାନେ ଏଥିରେ ରାଜି ହେଉ ନଥିଲେ।ଏନ ଏ ସି ପ୍ରଶାସନ ର ଉଛେଦ ନୋଟିସ କୁ ବିରୋଧକରି ସେଠାରେ ରହିଥିବା ୧୬ଟି ଉଠା ଦୋକାନୀ ମାଲିକ ମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ନ୍ୟାୟଳୟ ପକ୍ଷରୁ ଏହାର ବିଚାରଣ କରାଯାଇ ୧୬ଟି ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହି କ୍ରମରେ ଏନ ଏ ସି ପକ୍ଷରୁ ଉଠା ଦୋକାନୀମାନେ ବ୍ୟବସାୟ କରୁଥିବା ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ ନିମନ୍ତେ ଅର୍ଥ ବରାଦ କରାଯିବା ସହ ଭେଣ୍ଡିଂ ଜୋନ ନିର୍ମାଣ ସରିବା ପର୍ଯ୍ୟନ୍ତ ଦୋକାନୀ ମାନଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଏହା ସହ ଉକ୍ତ ସ୍ଥାନରେ ଆଲୋକୀକରଣ ସହ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥା କରାଯାଇଛି। ଏନେଇ ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ଯୋଗାଯୋଗ ବେଳେ ଜବର ଦଖଲ କରି ବ୍ୟବସାୟ କରୁଥିବା ଉଠା ଦୋକାନୀକୁ ଉଠାଇ ସେଠାରେ ଭେଣ୍ଡିଂ ଜୋନ ନିର୍ମାଣ କରାଯିବ। ଏନେଇ ଅର୍ଥ ମଧ୍ୟ ମଞ୍ଜୁର ହୋଇସାରିଛି। ମହିଳା ସଙ୍ଘ ମାନଙ୍କୁ ଭେଣ୍ଡିଂ ଜୋନ ନିର୍ମାଣ ନିମନ୍ତେ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରି ଶୀଘ୍ର କାମ ସାରିବା ପାଇଁ କହିବେ ବୋଲି କହିଥିଲେ। ଉକ୍ତ ସ୍ଥାନରେ ପ୍ରାୟ ୨୪ରୁ ୩୦ ଦୋକାନ ଗୃହ କରାଯିବ। ଏଠାରେ ପୂର୍ବରୁ ରହିଥିବା ୧୬ଟି ଉଠା ଦୋକାନୀଙ୍କୁ ଅଗ୍ରାଧିକାର ଦେଇ ଦୋକାନ ଗୃହ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଉଠା ଦୋକାନୀ ମାନଙ୍କୁ ନକୁ ଉଚ୍ଛେଦ କରି ଥଇଥାନ ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories