Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ କୁସୁମଖୁଣ୍ଟି ଠାରେ ଜାତୀୟ ପ୍ରେସ ଦିବସ ପାଳନ।ସାମ୍ବାଦିକ ଙ୍କ ସୁରକ୍ଷା ମୁଖ୍ୟ ଦାବି

କୋକସରା୧୭/୧୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଡାକ ବଙ୍ଗଳା ପରିସରରେ ଗୁରୁବାର ଓଡିଶା ୟୁନିୟନ ସାମ୍ବାଦିକ ସଙ୍ଘ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାମ୍ବାଦିକ ଦିବସ ପାଳନ ହୋଇ ଯାଇଛି। ଓୟୁଜେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ସାଙ୍ଗଠାଣିକ ସମ୍ପାଦକ ଅଂଶୁମାନ ପାତ୍ର ଦେଇଥିବା ବେଳେ ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବିବରଣୀ ପଠନ କରିଥିଲେ। ଜାତୀୟ ପ୍ରେସ ଦିବସ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସ୍ୱଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ବିଜେଡି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ଜିଲ୍ଲା।କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ କୁମାର ପଣ୍ଡା ଉପସ୍ଥିତ ରହିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ସାମ୍ବାଦିକ ଙ୍କୁ ରାଜ୍ୟ ସରକାର ସାମାଜିକ ସୁରକ୍ଷା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ କହିଥିଲେ। ଏହି ଅବସରରେ ଯୁବ ସମାଜସେବୀ ରାଜୀବ କୁମାର ଅଗ୍ରୱାଲ, ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସହ କଳାହାଣ୍ଡି ଜିଲ୍ଲା ପ୍ରମେୟ ପ୍ରତିନିଧି ସନ୍ତୋଷ ସିଂଦେଓ , କେସିଙ୍ଗା ବ୍ଲକ ରୁ ଯଯାତି କେଶରୀ ଦେଓ, ଶିବାନନ୍ଦ ନାଏକ,କୋକସରା ବ୍ଲକ ରୁ ଯୁବ ସାମ୍ବାଦିକ ଭୋଳାନାଥ ପଟେଲ, ତ୍ରିଲୋକ୍ୟ ବେଶ୍ରା, ଜନ ପ୍ରତିନିଧି ଓ ସାମ୍ବାଦିକ ଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ। କୋକସରା ଓୟୁଜେ ସାମ୍ବାଦିକ ସଙ୍ଘ ପକ୍ଷରୁ ସନତ କୁମାର ପ୍ରଧାନୀ, ଶରତ ଚନ୍ଦ୍ର ରାଉତ,ବିନୋଦ କୁମାର ପଟେଲ,ଭଦ୍ରାଞ୍ଚଳ ନାଏକ,ଦୁଷ୍ମନ୍ତ ପାଟଯୋଶୀ, ତ୍ରିଲୋକ୍ୟ ବେଶ୍ରା ଓ ଜିଲ୍ଲା ର ୧୩ ବ୍ଲକ ରୁ ଆସିଥିବା ସାମ୍ବାଦିକ ମାନେ ସହଯୋଗ କରିଥିଲେ।