Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସସିବି ବିସିଜେଡି ନୂତନ କ୍ୟାମ୍ପସ କମିଟି ବିଧାୟକଙ୍କୁ ଭେଟି ସମସ୍ୟା ଜଣାଇଲେ

ଚିପିଲିମା,(ସମ୍ବଲପୁର)ସମ୍ବଲପୁର ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ବିସିଜେଡି ନୂତନ କ୍ୟାମ୍ପସ କମିଟି ମେମ୍ବର ମାନେ ବିସିଜେଡି ରାଜ୍ୟ ସମ୍ପାଦକ ଇଂ ଅନମୋଲ ଦାସ ଙ୍କ ତତ୍ତ୍ୱବଧାନ ଓ ବିସିଜେଡି ଜିଲ୍ଲା ସଭାପତି ଶ୍ରୀ ଶୁଭ୍ରାଂଶୁ ପାଢୀ ଙ୍କ ଉପସ୍ଥିତି ରେ ଆଜି ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବର୍ତମାନ ରେଢ଼ାଖୋଲ ବିଧାୟକ ମାନ୍ୟବର ଇଂ ରୋହିତ ପୂଜାରୀ ଙ୍କୁ ସାକ୍ଷାତ କରି କଲେଜ ରେ ପରିଲକ୍ଷିତ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ପରିଲକ୍ଷିତ ହେଉଥିବା ସମସ୍ୟା କୁ ଏକ ଲିଖିତ ଆକାର ରେ ଦେଲେ। ମାନ୍ୟବର ବିଧାୟକ ଏହାକୁ ଗ୍ରହଣ କରିବା ସହ ତୁରନ୍ତ ସମାଧାନ କରିବା ପାଇଁ ବିଭାଗ କୁ ନିର୍ଦେଶ ଦେଲେ। ଏହା ସହ ମାନ୍ୟବର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ନୂତନ କମିଟି ମେମ୍ବର ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ।

More Stories