ଶବଦାହ ଗୃହ ପାଇଁ ଜମି ଦାନ କଲେ ଚମ୍ପାମାଲ ଗ୍ରାମ ଗୋବିନ୍ଦ ହୋତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୂର୍ ବ୍ଲକ ସଦର ରେ ଥିବା ଚମ୍ପାମାଲ ଗ୍ରାମ ପଞ୍ଚାୟତର ଚମ୍ପାମାଳ ଗ୍ରାମର ଗୋବିନ୍ଦ ପ୍ରସାଦ ହୋତା ନାମକ ଜଣେ ବ୍ୟକ୍ତି ଶବଦାହ ଗୃହ ପାଇଁ ଜମି ଦାନ କରିଛନ୍ତି । ସୂଚନା ଅନୁସାରେ ଉକ୍ତ ଗ୍ରାମରେ ସ୍ଥାନ ଅଭାବ ରୁ ଶବଦାହ ଗୃହ ନିର୍ମାଣ ହୋଇପାରୁ ନ ଥିବା ବେଳେ ଶବଦାହ ପାଇଁ ବହୁ ସମସ୍ୟା ହୋଇଥାଏ । ତେବେ ଗ୍ରାମର ଗୋବିନ୍ଦ ହୋତା ନିଜ ପୈତୃକ ଜମିରୁ ଗ୍ରାମ ରେ ଏକ ଶବଦାହ ଗୃହ ନିର୍ମାଣ ପାଇଁ ୨୮ ଡିସିମିଲ ସ୍ଥାନ କୁ ଚମ୍ପାମାଲ ଗ୍ରାମ ପଞ୍ଚାୟତ କୁ ପ୍ରଦାନ କରିଛନ୍ତି l ତାଙ୍କର ଉକ୍ତ ଜମି ପ୍ରଦାନ ସମୟ ରେ ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ଜଗଦଲା , ଉପୁଲା ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ଶ୍ରୀୟ କର୍ମୀ , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟକୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ଗୋବିନ୍ଦ ଙ୍କ ଏହି କାର୍ଯ୍ୟ ପରେ ତାଙ୍କୁ ପ୍ରଶଂସା ର ସୁହ ଛୁଟିଛି।