Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଠାରେ ଏକ ନୂତନ ପଞ୍ଚମୁଖୀ ହନୁମାନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସୋମବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାନଦୀ ପଠାରେ ଗଙ୍ଗା ମାତାଙ୍କ ଆବାହନ କରି ରିତିନୀତି ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟକ ମହିଳା ପୁରୁଷ ପୂର୍ଣ୍ଣ କଳସି ଧରି ଘଣ୍ଟ , ଶଙ୍ଖ ଓ ସଙ୍କୀର୍ତ୍ତନ ସହ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ପୂଜା ମଣ୍ଡପ ସ୍ଥାପନ କରିଥିଲେ । ଏଥିରେ ପୂଜକ ରତନ ନନ୍ଦ , ପୂର୍ଣ୍ଣ ଚନ୍ଦ୍ର ମିଶ୍ର , ଗୋପାଳ ନନ୍ଦ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ରାଜ କୁମାର ପାତ୍ର ଓ ଧର୍ମପତ୍ନୀ , ବେଲାରସେନ ପାତ୍ର ଓ ଧର୍ମପତ୍ନୀ ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ତୁଲାଇଥିଲେ ।ମଙ୍ଗଳବାର ଏଠାରେ ପଞ୍ଚମୁଖୀ ହନୁମାନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା , ତୁଳସୀ ରାମାୟଣ ପାରାୟଣ ସହ ସାମୁହିକ ହନୁମାନ ଚାଳିଶା ପାଠ ଓ ପରମେଶ୍ବର ମଲ୍ଲିକଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ରହିଛି। ବୁଧବାର ଅନ୍ତିମ ଦିନରେ ସାମୁହିକ ଦୀପଯଜ୍ଞ ଓ ତୁଳସୀ ରାମାୟଣ ପାରାୟଣ ସହ କୁସ୍ତି ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ସୁବ୍ରତ ପାତ୍ର , ପ୍ରୀୟବ୍ରତ ଅମାତ , ମଳୟ ଅମାତ , ମଣ୍ଟୁ ପାତ୍ର , ଚନ୍ଦନ ପାତ୍ର ପ୍ରମୁଖ ଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ।