Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଗ୍ନିଶମ ବିଭାଗ କାର୍ଯ୍ୟଳୟ ନିକଟରେ ଏକ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି । ଏଥିରେ ଅଗ୍ନିଶମ ଅଧିକାରୀ ଭରତଲାଲ ଏକ୍କା ଓ ତାଙ୍କ ପତ୍ନୀ ବାସନ୍ତୀ ଏକ୍କା କର୍ତ୍ତା ରହିଥିବାବେଳେ ବାବୁଲି ପୁରୋହିତ ପୂଜା କାର୍ଯ୍ୟ ତୁଳେଇଥିଲେ । ଏହି ଅବସରରେ କଳସ ଯାତ୍ରା ଓ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା। କୃଷ୍ଣ ଚନ୍ଦ୍ର ଛୁରିଆ ,ସୁଦାମ ବରିହା , ଲକ୍ଷ୍ମଣ ବିଶି , ପ୍ରମୋଦ ନାଗ , ହିମାଂଶୁ ବାରିକ , ସୁରେନ ପଧାନ , ରଘୁବୀର ମିର୍ଦ୍ଧା , ଶତୃଘ୍ନ କିସାନ , ଅରୁଣ ବେହେରା , ମୋତିଲାଲ ପଧାନ , ରାଜନ ସାହୁ , ସୁଶୀଲ ସାହୁ ପ୍ରମୁଖ ଅଗ୍ନିଶମ କର୍ମଚାରୀମାନେ ଏଥିରେ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ।