Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ ଉଦଘାଟିତ ଶିକ୍ଷକମାନେ ପାଠପଢ଼ାସହ ଗବେଷଣା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ : କୁଳପତି

ଗୋପାଳପୁର ୨୧/୧୧
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆଜି ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ” ଜୀବ ବିଜ୍ଞାନ, ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଦ୍ୟାର ସାମ୍ପ୍ରତିକ ବିକାଶ ଧାରା ” ଶୀର୍ଷକ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଥିଲା l ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରି ୨ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନ କରି ବିଭାଗର ଉଦ୍ଭିଦ ବାଟିକାର ବିକାଶକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଥିଲେ l ବିଦ୍ୟାର୍ଥୀଙ୍କ ସାମଗ୍ରୀକ ବିକାଶ ପାଇଁ ଶିକ୍ଷାଦାନ ସହ ଗବେଷଣାର ବିକାଶ କରିବାକୁ ପରାମର୍ଶ ଦେଇଥିଲେ l
ଓଡିଶା ବିଜ୍ଞାନ ଏକାଡେମୀର ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ଓ ସାମ୍ପ୍ରତିକ ଯୁଗରେ ଗବେଷଣା ଧାରାର ରୂପାନ୍ତର ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଯୋଗ ଦେଇ ଗବେଷଣାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱlରୋପ କରିବା ସହ ଓଡିଶାରେ ଉଚ୍ଚକୋଟିର ଗବେଷଣାର ସମ୍ଭାବନା ବିଷୟରେ ସୂଚନା ପ୍ରଦାନ କରିଥିଲେ l ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଆଗ୍ରହ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ପ୍ରମୁଖ ଯୋଗ ଦେଇଥିଲେ l ସମ୍ମିଳନୀ ସମ୍ପାଦିକା ଡଃ. ସରିତା ଦାସ ଜାତୀୟ ସମ୍ମିଳନୀର ବିବରଣୀ ପାଠ କରିଥିବା ବେଳେ ବିଭାଗୀୟ ସଂଯୋଜକ ଡଃ. ବିଶ୍ୱ ରଞ୍ଜନ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡଃ. ମୃତ୍ୟଞ୍ଜୟ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ପୁସ୍ତିକା ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ବିଭାଗ ପକ୍ଷରୁ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଦୁଇଦିନିଆ ସମ୍ମିଳନୀରେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀ ସଙ୍ଘର ସଭ୍ୟ, ଗବେଷକ/ ଗବେଷିକା ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ୮୦ ରୁ ଉର୍ଦ୍ଧ ଗବେଷଣାତ୍ମକ ସନ୍ଧର୍ଭ ପାଠ କରିଥିଲେ। ଏବଂ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା l ଶେଷରେ ଅଧ୍ୟାପିକା ଡଃ.ଏ.ଲିଲାବେଣୀ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories