ଗୋବିନ୍ଦପୁର ଗୋ ଶାଳାରେ ଗୋପାଷ୍ଟମୀ ଉତ୍ସବ ପାଳନ


ଝାରସୁଗୁଡା ୨୨/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ସ୍ଥିତ ଗୋବିନ୍ଦପୁର ଗୋ-ଶାଳାରେ ସୋମବାର ଗୋପାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ପୂଜା ଉତ୍ସବରେ ଅକ୍ଷୟ ନାଏକ ଓ ପତ୍ନୀ ଦୀପା ନାଏକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ଅଶୋକ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା ହୋମ ଯଜ୍ଞ,ଗୋ ପୂଜନ ପରେ ଗୋ ମାତାଙ୍କୁ ଖେଚୁଡ଼ି ଭୋଗ ଦିଆ ଯାଇଥିଲା ।
ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଭବାନୀ ଶଙ୍କର ନାଏକ ସଭାପତିତ୍ୱ କରିଥିବା ବେଳେ ଲଖନପୁର ବ୍ଲକ ଆରଏସଏସ ସଂଯୋଜକ ଅଜୟ ବିଶ୍ଵାଳ ଓ ମହେନ୍ଦ୍ର ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଆରଏସଏସ ପଶ୍ଚିମ ପ୍ରାନ୍ତ ଗ୍ରାମ ବିକାଶ ପ୍ରମୁଖ ଲକ୍ଷ୍ମଣ ନାଏକ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ବରଗଡ଼ ଜିଲ୍ଲାର ଦେଶୀ ବିହନ ସଂରକ୍ଷକ ସୁଦାମ ସାହୁ ଯୋଗଦାନ କରି ବିଷମୁକ୍ତ ଚାଷ ଓ ଗୋ ପାଳନ ଉପକାରୀତା ବିଷୟରେ ବିଷଦ ଭାବେ ବାଖ୍ୟା କରିଥିଲେ । ସେହିପରି ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ସାହୁ, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ବିଶ୍ଵାଳ, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ ,ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ବିଶ୍ଵାଳ, ସୌକିଲାଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୋ ଚିକିତ୍ସକ ତପେଶ୍ୱର ପଧାନ ଏବଂ ଘନଶ୍ୟାମ ପଧାନଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ଗୋବିନ୍ଦପୁର ଗୋ ଶାଳାର ମୁଖ୍ୟ ପରିଚାଳକ ରଣଜିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଖପାଖ ଗାଁ ମାନଙ୍କରୁ ବହୁ ସଂଖ୍ୟାରେ ଗୋ ପ୍ରେମୀ ମାନେ ଆସି ଉତ୍ସବରେ ଯୋଗଦାନ କରିଥିଲେ ଏବଂ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରାସାଦର ବ୍ୟବସ୍ଥା କରା ଯାଇଥିଲା । ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।