Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିସ୍ଥାପିତ ମତ୍ସ୍ୟଜୀବୀ ସଂଘ ପାଳିଳା ବିଶ୍ଵ ମତ୍ସ୍ୟଜୀବୀ ଦିବସ

ଝାରସୁଗୁଡା ୨୨/୧୧ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦମପୁର ଡଙ୍ଗାଘାଟ ମହାନଦୀ କୂଳରେ ହୀରାକୁଦ ବନ୍ଧ ଦ୍ବାରା ବିସ୍ଥାପିତ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ମତ୍ସ୍ୟଜୀବୀ ଦିବସ ପାଳିତ ହୋଇ ଯାଇଛି । ସର୍ବ ପ୍ରଥମେ ମାଁ ସମଲେଶ୍ବରୀ ଓ ପଦ୍ମାସିନୀଙ୍କୁ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ସାଧାରଣ ସମ୍ପାଦକ ଗୋପୀନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଶ୍ୱ ମତ୍ସ୍ୟଜୀବୀ ଦିବସ ବିଷୟରେ ଅଭିଭାଷଣ ପ୍ରଦାନ କରିବା ସହ ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ନିଜ ନିଜ ଭିଟାମାଟି ହରାଇ ଥିବା ବିସ୍ଥାପିତ ପରିବାର ବର୍ଗ ବର୍ତ୍ତମାନ ଜଳ ଭଣ୍ଡାରରୁ ମାଛ ଧରି କିପରି ଦୁଃଖ ଦୁର୍ଦ୍ଦଶା ସହ ଜୀବନ ଯାପନ କରୁଛନ୍ତି ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ହୀରାକୁଦ ବିସ୍ଥାପିତ ମତ୍ସ୍ୟଜୀବୀ ସଂଘ ନାମରେ ଏକ ସଂଗଠନ ଗଠନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହେମସାଗର ମାଝୀ, ଧରମ ସିଂ ମାଝି, ତପିରାମ ବାଗ, ଯଦୁମଣି ରାଉତଙ୍କ ସମେତ ପଲସଦା, ମହୁଲପାଲି, ଚିଖିଲି, ରମ୍ପାଲୁଗା,ସାହାସବଗା, ଲଛିପାଲି, କପିଲାପୁର, ଛୁଇପାଲି, ତିଲିଗି,ନନ୍ଦପାଲି, ମହୁଳପାଲି ଆଦି ବିଭିନ୍ନ ଗ୍ରାମର ମତ୍ସ୍ୟଜୀବୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ଦ୍ଵାରିକା ପ୍ରସାଦ ସା ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ