ଗୋପାଳପୁର, ୨୨/୧୧ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ର ନିର୍ଦେଶ କ୍ରମେ ନିଷ୍ଟ କଲେଜ ପକ୍ଷରୁ “ଅମୃତ କାଳ ବିମର୍ଷ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିକଶିତ ଭାରତ-୨୦୪୭ର ଆହ୍ୱାନ କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ “ଓଡ଼ିଶା ରେ ଉଦ୍ୟମିତା ର ସୁଯୋଗ” ଶୀର୍ଷକ ଆଲୋଚନାଚକ୍ର ରେ ଓଡ଼ିଶା ଡିଜେଲ୍ ଇଞ୍ଜିନ୍ ପ୍ରାଇଭେଟ୍ ଲିମିଟେଡ୍ର ର ପରିଚାଳନା ନିର୍ଦ୍ଦେଶକ ଇଂ ଅଳି କିଶୋର ପଟ୍ଟନାୟକ ଯୋଗଦେଇ ବିଦ୍ୟାର୍ଥୀ ଙ୍କ ସହ ଆଲୋଚନା କରି ଏଭଳି କାର୍ଯ୍ୟକ୍ରମ ପରବର୍ତ୍ତୀ ପିଢ଼ିର ଯୁବ ସମାଜ ପାଇଁ ପ୍ରୋତ୍ସାହନ କରିବା ସହ ଆତ୍ମନିର୍ଭର ଭାରତ ର ସ୍ବପ୍ନ କୁ ସାକାର କରିବ ବୋଲି ମତପୋଷଣ କରିଥିଲେ। l ଆୟୋଜିତ ଆଲୋଚନା ଚକ୍ର ରେ ଅନୁଷ୍ଠାନ ର ୧୫୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ l ଏହି ଆଲୋଚନା ଚକ୍ର କୁ ଭାରପ୍ରାପ୍ତ ଅଧକ୍ଷ ଡ଼ ବିଷ୍ଣୁକର ନାୟକ ଉଦଘାଟନ କରି ସ୍ୱାଗତ ଭାଷଣ ଦେଇଥିଲେ l ଡ. ସୁବ୍ରତ କୁମାର ଭୂୟାଁ, ଡ. ସୋରେନ ମିଶ୍ର, ଡ. ବରଦା ପ୍ରସାଦ ସେଠି, ଡ. ସିମାଞ୍ଚଳ ପାଣିଗ୍ରାହୀ, ପ୍ର ଶ୍ରୀ କୁମାର, ପ୍ର ରାଜ କୁମାର ବଳିୟାରସିଂ, ପ୍ର ଦେବାଶିଷ ପାଢ଼ୀ, ପ୍ର ପୁନମ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ହୋଇଥିଲା l ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି ଅତିଥି ଙ୍କୁ ସମ୍ବର୍ଧନା କରିଥିଲେ । ଡ. ସୁଶାନ୍ତ କୁମାର ସାହୁ ସଂଯୋଜନା କରିଥିଲା ବେଳେ ଗଣମାଧ୍ୟମ ସଂଯୋଜକ ଡ. ପ୍ରୀତି ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।