ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର କମ୍ପୁଟର ସାଇନ୍ସ ଓ ଇଂଜିନିୟରିଂ ବିଭାଗ ଦ୍ୱାରା ସ୍କ୍ରବ ଟାଇଫସ ଭାଇରସ ନେଇ ସଚେତନତା କାର୍ଯ୍ୟକ୍ରମ


ଗୋପାଳପୁର,୨୨/୧୧ ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର କମ୍ପୁଟର ସାଇନ୍ସ ଓ ଇଂଜିନିୟରିଂ ବିଭାଗର ଏଜାଇଲ ସୋସାଇଟି ତରଫରୁ ସ୍କ୍ରବ ଟାଇଫସ ଭାଇରସ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ନିକଟସ୍ଥ ଲଷ୍ମୀପୁର ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼. ଚିତ୍ତରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶି କ୍ରମେ ଏଜାଇଲ ସୋସାଇଟିର ସଂଯୋଜକ ଡ଼. କଲ୍ୟାଣ କୁମାର ଜେନା ଓ ଡ଼. ନିରଞ୍ଜନ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ | ଏହି କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ସାଇନ୍ସ ଓ ଇଂଜିନିୟରିଂ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ସହଯୋଗ ଗ୍ରାମବାସୀ ମାନଙ୍କୁ ଚାଷ କ୍ଷେତ ଓ ଜଙ୍ଗଲ କୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସଚେତନତା କରିଏ| ଶେଷରେ କମ୍ପୁଟର ସାଇନ୍ସ ଓ ଇଂଜିନିୟରିଂ ବିଭାଗର ମୁଖ୍ୟ ରାନୁମୟୀ ସିଂ ଲଷ୍ମୀପୁର ଗ୍ରାମର ମୁଖ୍ୟ ଏବଂ ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |