Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର ୨୨/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନ ଧରି ଚାଲିଥିବା ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ” ଜୀବ ବିଜ୍ଞାନ, ଜୈବ ପ୍ରଯୁକ୍ତି ବିଦ୍ୟା ଓ ଜୈବ ସୂଚନା ବିଦ୍ୟାର ସାମ୍ପ୍ରତିକ ବିକାଶ ଧାରା ” ଶୀର୍ଷକ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବରେ ପୁରାତନ ବିଦ୍ୟାର୍ଥୀ ପରିଷଦର ଅଧକ୍ଷ ଡ଼. ସଚ୍ଚିଦାନନ୍ଦ ପାଢ଼ୀ ପୌରାହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଟକ ଧାନ ଗବେଷଣା କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡ଼. ଅରୁପ କୁମାର ମୁଖାର୍ଜୀ ଯୋଗ ଦେଇ ଥିଲେ l ,ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନର ବୈଜ୍ଞାନିକ ଡ଼. ଅଂଶୁମାନ ଦୀକ୍ଷିତ,ପୁରାତନ ବିଦ୍ୟାର୍ଥୀ ପରିଷଦର ସମ୍ପାଦକ ଡ଼. ସତୀଶ ପ୍ରସାଦ ନାୟକ, ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଜେନା, ସମ୍ମିଳନୀର ଆବାହନ ପ୍ରଫେସର ବିଶ୍ଵ ରଞ୍ଜନ ମେହେର, ସମ୍ପାଦିକା ଡ଼. ସରିତା ଦାଶ ମଂଚାସୀନ ଥିଲେ l ପ୍ରଫେସର ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ l ଡ଼. ନାୟକ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା କରିବା ସହ ସମ୍ମିଳନୀର ଆଲୋଚନା କରିଥିଲେ l ଡ଼. ଦୀକ୍ଷିତ ଗବେଷଣା ଓ ସମ୍ମିଳନୀ ସଫଳତା ଓ ତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଡ଼. ମୁଖାର୍ଜୀ ସାମ୍ପ୍ରତିକ ସମୟରେ ଗବେଷଣାର ଗୁଣାତ୍ମକ, ବିକାଶ ଓ ଯୁବ ବୈଜ୍ଞାନିକଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ l ପୁରାତନ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ପ୍ରଫେସର ସନ୍ତୋଷ ଦାଶ, ପ୍ରଫେସର ମଳୟ କୁମାର ମିଶ୍ର,ପ୍ରଫେସର ବ୍ରହ୍ମ ବିହାରୀ ପଣ୍ଡା ପ୍ରମୁଖ ସମ୍ମିଳନୀ ଉପସ୍ଥିତ ଥିଲେ l ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ସର୍ବକୁଷ୍ଠ ଗବେଷଣାତ୍ମକ ସନ୍ଧର୍ଭ ଓ ଉତତ୍କୃଷ୍ଟ ପୋଷ୍ଟର ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ସମ୍ମିଳନୀର ସମ୍ପାଦିକା ଡ଼.ସରିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories