Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏସ ଓ ଇ ପକ୍ଷରୁ କଳାକୃତି ପଦର୍ଶନୀ ଉଦଘାଟନ।

ଗୋପାଳପୁର ୨୨/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ଏଜୁକେସନ ପରିସରରେ କଳାକୃତି ପଦର୍ଶନୀ ଆଜି ଉଦଘାଟନ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଉଦଘାଟନ କରି ଶିକ୍ଷକ ମାନଙ୍କୁ ବତିଘର ହୋଇ ଶିକ୍ଷା, ସଂସ୍କୃତି, କଳା ଓ ଦକ୍ଷତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l କଳାକୃତି ଦ୍ୱାରା ଆଗାମୀ ଦିନରେ ଶ୍ରେଷ୍ଠ କଳାକୃତୀଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ପ୍ରଦାନ କରାଯିବl ସହ ରୋଜଗାର କ୍ଷମ ହେବା ସହ ଦକ୍ଷତା ବିକାଶ ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶକ ଡ଼.ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କଳାକୃତିକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ଭଳି କାର୍ଯ୍ୟକ୍ରମ ଯାରି ରଖିବାକୁ କହିଥିଲେ l ଏହି କାର୍ଯ୍ୟକ୍ରମକୁ ଏସ ଓ ଇର ଅଧକ୍ଷ ଡ଼. ସଂଜିତ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସଂଯୋଜକ ଡ଼. ବିଭୁତି ଭୂଷଣ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ l ଏସ ଏଫ ସି ନିର୍ଦ୍ଧେଶକ ଡ଼. ତମଘ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଅଧ୍ୟାପକ ଡ଼. ରବୀନ୍ଦ୍ର ନାଥ ସ୍ୱାଇଁ ନେତୃତ୍ୱରେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଅଦରକାରୀ ପ୍ଲାଷ୍ଟିକ, କାଗଜ, ବୋତଲ ଆଦି ଉପରେ ବିଭିନ୍ନ କଳାକୃତି ପଦର୍ଶନ କରିଥିଲେ l ଏଥିରେ ସୋଲରେ ନିର୍ମିତ ରାମ ମନ୍ଦିର ଏବଂ କାଚ ବୋତଲରେ ତିଆରି କଳାକୃତି ଆକୃଷ୍ଟ କରିଥିଲା l ମୈତ୍ରୀ ପାଢ଼ୀ, ପ୍ରଦ୍ୟୁନ ରାଉତରାୟ, ଉଷା ରାଣୀ ଦାଶ, ପ୍ରଣବ ରାଉତ, ବିଭୂ କଲ୍ୟାଣ ସାମନ୍ତରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଏହି ଅବସରରେ ନିୟୁଜ ଲେଟର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଏଥିରେ ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories