ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣ ଶିକ୍ଷକ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଉଦଘାଟନ


ଗୋପାଳପୁର ୨୨/୧୧ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ହଲ ପରିସରରେ ଆଜି ଏକାଡେମୀ ଏବଂ ଆଡ଼ମିନିଷ୍ଟ୍ରେଟିଭ ଡେଭଲୋପମେଣ୍ଟ ସେଣ୍ଟର ପକ୍ଷରୁ ଆକାଉଣ୍ଟସ ଏବଂ ଆର୍ଥୀକ ପରିଚାଳନା ଉପରେ ୩ ଦିନିଆ ପ୍ରଶିକ୍ଷଣ ଶିବିରକୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦଘାଟନ କରିଥିଲେ l ଏହି ଅବସରରେ କହିଥିଲେ ଯେ କର୍ମଚାରୀ ମାନେ ଉନ୍ନତ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଆଲୋଚନା କରି ଅର୍ଥ ବଣ୍ଟନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଆର୍ଥୀକ ଓ ନୀତିନିୟମର ପରିବର୍ତନ ଯୋଗୁଁ ଜାଣିବା ଆବଶ୍ୟକ ରହିଛି l ସମାନୁବର୍ତ୍ତିତା ହେବା ସହ କାଗଜ ବଦଳରେ ଇ ଫାଇଲ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଥିଲେ l ନୋଡାଲ ଅଫିସର ଡ଼. ମୃତୁଞ୍ଜୟ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ଡ଼. ସୁମନ କଲ୍ୟାଣ ଚୌଧୁରୀ ଅତିଥି ପରିଚୟ ଏବଂ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏଥିରେ ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡାମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ କରିବାକୁ କହିଥିଲେ l କୁଳସଚିବ ସଚ୍ଚିଦାନନ୍ଦ ନାୟକ ଏହାର ଉପ ଦୟତା ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଭାବେ କଟକର ଜଏଣ୍ଟ କମିଶନର କୁନୁ ପାଢ଼ୀ ଯୋଗ ଦେଇ ଜି ଏସ ଟି, ଆଇ ଟି, ଟି ଡ଼ି ଏସ, ବିଭିନ୍ନ ଆର୍ଥୀକ ନିୟମ, ଡ୍ରାଫଟିଙ୍ଗ ଉପରେ କହିଥିଲେ l ଏଥିରେ ବିଶ୍ଵବିଦ୍ୟାଳୟର ବହୁ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ l ଶେଷରେ ଡ଼. ରାଜ କିଶୋର କାମ୍ପା ଧନ୍ୟବାଦ ଅର୍ପଣ କରିଥିଲେ l