Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟିଠିପାଲି ରେ ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଳା ପଞ୍ଚାୟତ ସ୍ଥିତ ଟିଠି ପାଲି ଗ୍ରାମ ରମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିପାଇଁ ସୋମବାର କଳସ ଯାତ୍ରା ହୋଇ ଥିବା ବେଳେ ମଙ୍ଗଳବାର ପଞ୍ଚମୁଖୀ ହନୁମାନ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା I ତିନିଦିନ ଧରି ଆୟୋଜିତ କାର୍ଯ୍ଯକ୍ରମରେ ପ୍ରତ୍ୟହ ତୁଳସୀ ରାମାୟଣ , ହନୁମାନ ଚାଳିଶା ପଠନ ସହିତ ହନୁମାନ କଥା ପ୍ରବଚନ ହୋଇଥିଲା l ତପନ ଦାଶ ବ୍ଯାସ ଭାବେ ଯୋଗଦେଇ ତୁଳସୀ ରାମାୟଣ ପରାୟଣ ଏବଂ ପରମେଶ୍ଵର ମଲ୍ଲିକ ପ୍ରବଚନ ଦେଇଥିଲେ I ରାଜ କୁମାର ପାତ୍ର ସପତ୍ନିକ କର୍ତ୍ତା ଏବଂ ରତନ ନନ୍ଦ ପୂଜକ ଦାୟିତ୍ଵ ତୁଲାଇଥିଲେ I ମନ୍ଦିର ପରିଚାଳନା କମିଟିର ସମ୍ପାଦକ ମଳୟ ଅମାତ ଙ୍କ ସମେତ ସୁବ୍ରତ ପାତ୍ର , ଚନ୍ଦନ ପାତ୍ର , ପ୍ରିୟବ୍ରତ ଅମାତ ,ମଣ୍ଟୁ ପାତ୍ର ପ୍ରମୁଖ ଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ l