ଗୋପାଳପୁର ୨୩/୧୧ ଡୁରା ସ୍ଥିତ ରାମନାରୟଣ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ତରଫରୁ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଆନୁକୂଲ୍ୟରେ କ୍ରୀଡା ପ୍ରତିଯୋଗିତା ର ଉଦଘାଟନ ହୋଇଯାଇଛି l ଉଦଘାଟନ ଉତ୍ସବରେ ଉଚ୍ଚ ମାଧ୍ୟମିକ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ର ନିର୍ଦେଶକ ଡ. ସୁଶାନ୍ତ କୁମାର ଦାସ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଂଞ୍ଚଳ ଉପ ସଚିବ ଡ଼ଃ. କୁଳମଣି ଓଝା, ଡୁରା ଗ୍ରାମ ପଂଚାୟତର ସମିତିସଭ୍ୟ ଲକ୍ଷ୍ମୀ ସେଠି ଅତିଥି ଭାବେ ଯୋଗ ଦେଇ ଥିଲେ l କର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l. ଏହି କାର୍ଯ୍ୟକ୍ରମରେ ଅତିଥି କ୍ରୀଡା ଶିକ୍ଷକ ଏମ. ଭେଙ୍କୟା, ସୁଶୀଲ କୁମାର ରଥ ପରିଚାଳନା କରିଥିଲେ l ଡ଼ଃ ଓଝା ଖେଳ ରେ କିପରି ଭାରତୀୟ ମାନେ ନିଜର ପାରଦର୍ଶିତା ଦେଖାଉଛନ୍ତି ତାହା ଆଲୋକ ପାତ କରିଥିଲେ l ଡ଼ଃ ସୁଶାନ୍ତ ଦାସ ଖେଳ ଦ୍ୱାରା ଆତ୍ମ ସନ୍ତୁଷ୍ଟି ମିଳେ ବୋଲି କହିଥିଲେ l ଉଚ୍ଚମଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଧୁଭୂଷଣ ନାୟକ କ୍ରୀଡାର ବିକାଶ ନିମନ୍ତେ ଯୁବ ସମାଜ ଆଗକୁ ଆସିବାକୁ ଉପଦେଶ ଦେଇଥିଲେ l. ନୋଡାଲ କାର୍ଯ୍ୟକର୍ତା ଅଧ୍ୟାପକ ପ୍ରଶାନ୍ତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟାପକ ଡ଼ଃ ଈଶ୍ୱରୀ ପ୍ରସାଦ ସାହୁ, ଡ଼ଃ କବିନ୍ଦ୍ର ସେଠି, ଶ୍ରୀ କୃଷ୍ଣ ଚରଣ ପାଣିଗ୍ରାହୀ, ସୀତାରାମ ବିଷୋୟୀ, ଓ ଛାତ୍ର ପ୍ରତିନିଧି ସଚ୍ଚିଦାନନ୍ଦ ବିଶୋଇ, ଅଙ୍କିତା ପଣ୍ଡା, ସମରାଜ ମଲିକ, ଓ ଅନୁଷ୍ଟାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ପରିଶେଷରେ ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ