Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ମିଶନ ଶକ୍ତି ବିଭାଗ ଦ୍ଵାରା ମିଶନ ଶକ୍ତି ରୁଣ ମେଳା ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଗୁରୁବାର ଦିନ ମିଶନ ଶକ୍ତି ବିଭାଗ ଉଲୁଣ୍ଡା ବିଡିଓ ତଥା ପଞ୍ଚାୟତ ସମିତି ଉଲୁଣ୍ଡାଙ୍କ ତତ୍ତ୍ୱାବଧାନରେ ମିଶନ ଶକ୍ତି ଋଣ ମେଳା ବ୍ଳକ ପରିସର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରୁଣ ମେଳା ରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ , ବି ଏଲ୍ ପି କର୍ମକର୍ତା ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ଏବଂ ସମ୍ମାନ୍ନିତ ଅତିଥି ଭାବେ ଏବିଡିଓ ସୁଧାଂଶୁ ଶେଖର ମଲ୍ଲିକ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମନୋରମା ମିଶ୍ର , ଲିଡ ବ୍ୟାଙ୍କ ମେନେଜର ଶ୍ରୀଯୁକ୍ତ ମିଶ୍ର , ଡିପିଏମ ଫ୍ରାନସିସ ବାର୍ଲା , ଡିପିସି ବିଶ୍ବଜିତ ପରିଜା , ଏସବିଆଇ ଉଲୁଣ୍ଡା ବ୍ୟାଙ୍କ ମେନେଜର ଘନଶ୍ୟାମ ମେହେର , ଏସବିଆଇ ଧର୍ମଶାଳା ବ୍ୟାଙ୍କ ମେନେଜର ଶ୍ରୀଯୁକ୍ତ ଭୁଏ , ବ୍ୟାଙ୍କ ଅଫ ବରୋଦା ଅଧିକାରୀ ଜଙ୍ଗାର ସାମଲ , ୟୁକୋ ବ୍ୟାଙ୍କ ଅଧିକାରୀ , ବ୍ୟାଙ୍କ ଅଫ ଇଣ୍ଡିଆ ର ସୁଜିତ କୁମାର ମିଶ୍ର , ୟୁଜିବି ଉଲୁଣ୍ଡା ଅଧିକାରୀ , ୟୁଜିବି କୋଟସମଲେଇ ଅଧିକାରୀ , ୟୁଜିବି ଜାଲୋଏ ଅଧିକାରୀ ଲଲିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଗଣ ମେଳାରେ ମୋଟ ୩୫୯ଟି ସ୍ବୟଂ ସହାୟକ ଗୋଷ୍ଠୀ କୁ ୧୧୨୦.୫ କୋଟି ଟଙ୍କା ପ୍ରଦାନ କରଯାଇଥିଲା । ପ୍ରତି ଗୋଷ୍ଠୀ ନିଜ ନିଜ ଜୀବିକା କୁ ସୁଦୃଢ କରିବା ନିମନ୍ତେ ପ୍ରତିବର୍ଷ କିପରି ସହଜରେ ଋଣ ନେଇ ପାରିବେ ଏବଂ ଠିକ ସମୟରେ ଋଣ ପରିଶୋଧ କରିପାରି ସରକାରଙ୍କ ଦ୍ବାରା ସୁଧ ଛାଡ ର ଲାଭ ନେଇପାରିବେ ସେ ଉପରେ ଆଲୋକପାତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ମ୍ୟାନେଜର କେଶବ ଚନ୍ଦ୍ର ମାଝୀ ପରିଚାଳନା କରିଥିଲେ ଓ କର୍ଯ୍ଯକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କେଶବ ମାଝି ସ୍ବାଗତ ଭାଷଣ ଦେଇଥିଲେ। ବ୍ଲକ ଅଧକ୍ଷ୍ୟା ଶାତିଲତା ମିଶ୍ର ସମସ୍ତ ଏସଏଚଜି କିପରି ଋଣ ନେଇ ନିଜର ଜୀବିବା କୁ ଅଧିକ ଆଗକୁ ନେଇପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ଯ ରୋଜଗାରୀ କରିପାରିବେ ଏହା ଉପରେ ବିଶେଷ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଧୀରେନ ମହାକୁଡ , ଏକାଉଣ୍ଟଟେଣ୍ଟ ଆକାଶ ମେହେର , ସମସ୍ତ ସିଆରପି, ଏବଂ ଏମବିକେ , ବ୍ୟାଙ୍କ ମିତ୍ର , ବିଏଲଏଫ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଞ୍ଜିବ କୁମାର ସଡଙ୍ଗୀ ଉପସ୍ଥିତ ସମସ୍ତ ଅତିଥି ଏବଂ ସମସ୍ତ ପ୍ରତିଯୋଗୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ