Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହାନଦୀ ବ୍ରିଜ ତଳୁ ଶିକ୍ଷକ ଙ୍କ ମୃତ ଦେହ ଉଦ୍ଧାର ପରେ ହତ୍ୟା ସନ୍ଦେହ ରେ ଶବରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେଶଲ କେଶ ଲପୁରl ଗାଁ ର ଲୋକନାଥ ନାଏକ ଙ୍କ ମୃତ ଦେହ ଗୁରୁବାର ସୋନପୁର ମହାନଦୀ ବ୍ରିଜ ତଳୁ ଉଦ୍ଧାର ହୋଇଥିଲା I ତାଙ୍କ ମୃତ ଦେହ ରଖି ପରିବାର ଓ ଗ୍ରାମବାସୀ ମିଶି ରାସ୍ତା ଅବରୋଧ କରିଥିଲେ l ଏ ନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି I ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ଲୋକନାଥ ଙ୍କ ପାଖକୁ ଏକ ଫୋନ କଲ ଆସିବାରୁ ସେ ତାଙ୍କ ଘରୁ ବାହାରି ଆସିଥିଲେ l ବହୁ ସମୟ ଧରି ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ I ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ଜଣlଇ ଥିଲେ l ସୂଚନା ଯେ ଲୋକନାଥ ନାଏକ ( 34 ) ଗାଁ ସ୍କୁଲ ରେ ଶିକ୍ଷକତା କରୁଥିଲେ I ପରଦିନ ଜାଣିବାକୁ ପାଇଲେ ଯେ ମହାନଦୀ ପାଣିରେ ତାଙ୍କ ମୃତ ଦେହ ଭାସୁଛି I ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ I ଲୋକନାଥ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ଡାକ୍ତରଖାନା ରୁ ଶବକୁ ଧରି 3 କି. ମି. ଚାଲି ଚାଲି ଯାଇ ମୁଖ୍ୟ ରାସ୍ତା ଉପରେ ଶବ ରଖି ଅବରୋଧ କରିଥିଲେ I ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଗାଡି ମୋଟର ଅଟକି ରହିଥିଲା l ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝା ଶୁଝା କରି ଥିଲେ l ବହୁ ସମୟ ପରେ ରାସ୍ତା ଅବରୋଧ ହଟି ସ୍ୱାଭାବିକ ହୋଇଥିଲା l