Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜ ପକ୍ଷରୁ ଯୁବ ସମ୍ମନ୍ୱିତ ବିକାଶ ସାମାଜିକ କାର୍ଯ୍ୟକ୍ରମ

ଗୋପାଳପୁର ୨୪/୧୧ ଗୋପାଳପୁର କଲେଜରେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଯୁବ ଓଡିଶା ନୂଆ ଓଡିଶା ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନିସି ବିଡ଼ିଓ ଅଂଶୁମାନ ମହାପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ୟୋଗା ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ,ଯୁକ୍ତ ୩ ନୋଡାଲ ଅଫିସର ଏସ. ରୁପଲକ୍ଷ୍ମୀ,ଯୁକ୍ତ ୨ ନୋଡାଲ ଅଫିସର ଉମାକାନ୍ତ ସାହୁଯୋଗ ଦେଇ ଥିଲେ l ଏହି ଅବସରରେ ୟୋଗା ଅଭ୍ୟାସ କରିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ହୋଉଥିଲା l ଡ଼. ପୁରୁଷୋତ୍ତମ ସାହୁ ପରିଚାଳନା କରିଥିବା ବେଳେ ଡ଼. ମୋନଜ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ l କଲେଜର ଯୁକ୍ତ ୩ ଓ ଯୁକ୍ତ ୨ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ l ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସାମାଜିକ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories