Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ତିନିଦିନିଆ ଉନ୍ନତ କାର୍ଯ୍ୟାଦକ୍ଷତା ପ୍ରଶିକ୍ଷଣ ଶିବିର ଉଦଯାପିତ

ଗୋପାଳପୁର ୨୪/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏ ଆଇ ୟୁ ଏବଂ ଏ ଏ ଡ଼ି ସି ଦ୍ୱାରା ଚାଲିଥିବା ଅଣ ଶିକ୍ଷକ କର୍ମଚାରୀ ମାନଙ୍କୁ ଦିଆଯାଉଥିବା ଉନ୍ନତ କାର୍ଯ୍ୟ ଦକ୍ଷତା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇସାରିଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ବିଭାଗର ଯୁଗ୍ମ କମିଶନର ଜଗନ୍ନାଥ ଦାଶ ଯୋଗ ଦେଇ ଅର୍ଥ ବିଭାଗର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ କୌଣସି ଆର୍ଥିକ କାରବାର କରିବା ପୂର୍ବରୁ ପ୍ରଥମେ ସରକାରଙ୍କ ଆର୍ଥିକ ନିୟମ ସହ ନିଜ କର୍ମକୁ ହୃଦୟର ସହ କରିବା ଆବଶ୍ୟକ l କୌଣସି ଚାପରେ ନ ପଡି ଯେଉଁ କାର୍ଯ୍ୟ ଠିକ ତାହା କରିବା ଉଚିତ ବୋଲି ମତ ରଖିଥିଲେ l ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ରେ ଅର୍ଥ ବଣ୍ଟନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଆର୍ଥିକ ଓ ନୀତିନିୟମ ପ୍ରତି ଧ୍ୟାନ ଦେବାକୁ ପରlମର୍ଶ ଦେଇଥିଲେ l ତେଣୁ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରିବା ଆବଶ୍ୟକ l ଏଥିସହ ସମୟନୁବର୍ତ୍ତିତା ଉପରେ ଗୁରୁତ୍ୱlରୋପ କରିଥିଲେ l କର୍ମଚାରୀ ମାନେ ନିଜ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ଏ ନେଇ କର୍ମଚାରୀ ଭାରତୀ ପାଢ଼ୀ,ଅଭିମନ୍ୟୁ ବେହେରା ପ୍ରଶିକ୍ଷଣ ଉପରେ ଅଭିଜ୍ଞତା ପ୍ରକାଶ କରିଥିଲେ l ଡ. ମୃତ୍ଞ୍ଜୟ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ ସୁମନ କଲ୍ୟାଣ ଚୌଧୁରୀ ବିବରଣୀ ପ୍ରଦାନ କରିଥିଲେ l କୁଳସଚିବ ସଚ୍ଚିଦାନନ୍ଦ ନାୟକ ମଞ୍ଚସୀନ ଥିଲେ l ଗବେଷକ ଆଶ୍ୟଶ୍ରୀ ପ୍ରହରାଜ ପରିଚାଳନା ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories