Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡ଼ାରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ଯୋଜନା, ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା ୪୦ ବସ୍

ରାୟଗଡ଼ା : ଘରୋଇ ବସ୍ ମାଲିକ ସଂଘ ସହ ବିବାଦ ମଧ୍ୟରେ ରାୟଗଡ଼ାରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ବସ୍ ସେବା । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୪୦ଟି ବସ୍ ଚଳାଚଳ ଆରମ୍ଭ କରିଛି। ସ୍ଥାନୀୟ ଜିସିଡି ପଡ଼ିଆରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ ମଧ୍ୟ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଲୋକ ଏହି ଉଦଘାଟନ ସମାରୋହରେ ସାମିଲ୍ ହୋଇଥିଲେ।

ରାଜ୍ୟରେ ଲକ୍ଷ୍ମୀ ଯୋଜନାରେ ୫୨ଟି ବସ୍ ଚଳାଚଳ କରିବ। ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ୪୦ଟି ବସ୍ ଗଡ଼ିଛି। ୧୩୦ଟି ପଞ୍ଚାୟତ ଏହି ବସ୍ ସେବା ପ୍ରଦାନ କରିବ । ଏହା ଦ୍ଵାରା ଲୋକଙ୍କ ଗମନାଗମନ ପାଇଁ ସୁବିଧା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା ।

ସୂଚନାଯୋଗ୍ୟ, ସଂପ୍ରତି ରାଜ୍ୟ ସରକାର ଜିଲ୍ଲାଓ୍ଵାରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରୁଛନ୍ତି। ନିର୍ବାଚନ ପୂର୍ବରୁ ଏହି ଯୋଜନା ସବୁ ଜିଲ୍ଲାରେ ଆରମ୍ଭ ହୋଇପାରେ। ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ବିବାଦର ସମାଧାନ ଏ ପର‌୍ୟ୍ୟନ୍ତ ହୋଇ ପାରି ନାହିଁ। ଯଦି ସେମାନଙ୍କର ଦାବି ପୂରଣ ନ ହୁଏ ତେବେ ଡିସେମ୍ବର ୧ରୁ ପୁଣି ଥରେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ