Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ପରିଚାଳନା ରେ ଅବ୍ୟବସ୍ଥା।ଡାକ୍ତରୀ ଶେଷବର୍ଷ ପରୀକ୍ଷା ରେ ପ୍ରଶ୍ନପତ୍ର ସହ ଉତ୍ତର।ଡିସେମ୍ବର ୭ ରେ ପୁନଃ ପରୀକ୍ଷା ନିଷ୍ପତ୍ତି।

ଗୋପାଳପୁର,୨୫/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ବିଭାଗ ପକ୍ଷରୁ ଡାକ୍ତରୀ(ଏମ ବି ବି ଏସ) ପରୀକ୍ଷା ର ପ୍ରଥମ ପେପର ଆନୋଟୋମି -୧ ର ପ୍ରଶ୍ନ ପତ୍ରରେ ପ୍ରଶ୍ନ ସହ ୨୦ ମାର୍କ ର ଉତ୍ତର ରହିଥିବା ଘଟଣା, ବିଶ୍ଵବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ରେ ଅବ୍ୟବସ୍ଥା ରହିଥିବା ପଦାରେ ପଡିଯାଇଛି।ଏହା ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆସନ୍ତା ଡ଼ିସେମ୍ବର ୭ ତାରିଖରେ ପୁନଃ ପରୀକ୍ଷା କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ୨ ତାରିଖରେ ଆସନ୍ତା ୧୭ ତାରିଖରୁ ବ୍ରହ୍ମପୁର ଏମ କେ ସି ଜି ସମେତ କୋରାପୁଟ ମେଡିକାଲ କଲେଜ ରେ ଶେଷବର୍ଷ ପରୀକ୍ଷା ଆରମ୍ଭ କରାଯାଇଥିଲା। କିନ୍ତୁ ପ୍ରଥମ ଦିନ ରେ ଅନୁଷ୍ଠିତ ଆନୋଟୋମି -୧ ପ୍ରଶ୍ନପତ୍ର ରେ ଉତ୍ତର ଛପା ଥାଇ ପଠା ଯାଇଥିଲା।ଘଟଣା ଦିନ ବିଦ୍ୟାର୍ଥୀ ମାନେ ନିଜ କଲେଜ ର ପରୀକ୍ଷା ପରିଚାଳନା ରେ ରହିଥିବା ପରୀକ୍ଷା ନିୟନ୍ତ୍ରକ ଙ୍କୁ ଅବଗତ କରାଇବା ସହ କଲେଜ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଙ୍କୁ ଅବଗତ କରାଇଥିଲେ।ଘଟଣା ଜଣାପଡ଼ିବା ପରେ ଶ୍ରୀ ସତ୍ୟନାରାୟଣ କୁଣ୍ଡୁ ବ୍ରହ୍ମପୁର ଏମ କେ ସି ଜି କଲେଜ ରେ ପହଞ୍ଚି ଅନୁଧ୍ୟାନ କରିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଏହା ନେଇ ଅବଗତ କରାଇଥିଲେ। କିନ୍ତୁ ୧୭ ତାରିଖର ପରୀକ୍ଷା କୁ ପୁନର୍ବାର ପରୀକ୍ଷା କରିବା ପାଇଁ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ପ୍ରାୟ ୭ ଦିନ ଲାଗିଗଲା ପୁନଃ ପରୀକ୍ଷା ତାରିଖ ଘୋଷଣା ନିମନ୍ତେ ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପଟେ ଏକ୍ସପର୍ଟ ଙ୍କ ଠାରୁ ପ୍ରଶ୍ନ ସହ ଉତ୍ତର ଅଣାଯାଇ, ବିଶ୍ବବିଦ୍ୟାଳୟ ପରୀକ୍ଷା ବିଭାଗରେ ନିଯୁକ୍ତି ପାଇଥିବା ଏକ୍ସପର୍ଟ ଙ୍କ ଦ୍ଵାରା ଯାଞ୍ଚ ପରେ ଏହାକୁ ସତର୍କତା ର ସହ ଏବଂ ଗୋପନୀୟତା ଭାବରେ ପରୀକ୍ଷା କେନ୍ଦ୍ରକୁ ପଠା ଯାଉଥିବା ବେଳେ କିପରି ଏପରି ତୃଟି ଘଟିଲା ତାହା ନେଇ ଉପଯୁକ୍ତ ତଦନ୍ତ ହେବା ସହ ତୃଟି କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।ଘଟଣା ନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶ୍ରୀ କୁଣ୍ଡୁ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ପରୀକ୍ଷା ପରିଚାଳନା ରେ ସାମାନ୍ୟ ବିଭ୍ରାଟ ରହିଥିବା ବେଳେ ଏହାକୁ ପୁନଃ କରିବା ନିମନ୍ତେ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣୁ ଏହା ଯାଞ୍ଚ କରାଯିବ ବୋଲି ମତପୋଷଣ କରିଥିଲେ। ସୂଚନା ଯୋଗ୍ୟ ଯେ ଗତ ୨୦ ତାରିଖରେ ଅନୁଷ୍ଠିତ ପେପର -୨ ରେ ମଧ୍ୟ ଅନୁରୂପ ଭାବେ ପ୍ରଶ୍ନପତ୍ର ସହ ଉତ୍ତର ରହିଥିବା ଜଣାପଡ଼ିବା ପରେ କଲେଜ ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୁଣିଥରେ ପ୍ରଶ୍ନପତ୍ର ପଠାଯାଇ ପରୀକ୍ଷା କରାଯାଇଥିଲା। ସୂଚନା ଯୋଗ୍ୟ ଅନେକ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ରେ ବିଭ୍ରାଟ ହୋଇ ଆସୁଥିବା ବେଳେ ପ୍ରଶ୍ନପତ୍ର ସହ ଉତ୍ତର ଥାଇ ପ୍ରଶ୍ନପତ୍ର ପଠାଯିବା ଘଟଣା ପ୍ରଥମ ଅଟେ। ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଯେଉଁ ବିଦ୍ୟାର୍ଥୀ ମାନେ ପରୀକ୍ଷା ଦେଉଛନ୍ତି ସେମାନେ ମାନସିକ ଚାପରେ ରହୁଥିବା ଅନେକ ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories