Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାରେ ପୋଷଣ ରଥ ଓ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ

ସୁବର୍ଣ୍ଣପୁର: ପୋଷଣ ପକ୍ଷ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ସଭାଗୃହ ପରିସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଦ୍ୱାରା ସବୁଜ ପତାକା ପ୍ରଦର୍ଶନ ପୂର୍ବକ ପୋଷଣ ରଥ ଓ ସଚେତନତା ଶୋଭାଯାତ୍ରା ର ଶୁଭାରମ୍ଭ ହୋଇଯାଇଛି l

ଆଜି ଏହି ପୋଷଣ ରଥ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳ ପରିଭ୍ରମଣ କରି ଜନସାଧାରଣଙ୍କୁ ପୋଷଣ ତତ୍ୱ ସମ୍ୱନ୍ଧୀୟ ଖାଦ୍ୟ ଓ ଉତ୍ପାଦନ ଉପରେ ସଚେତନତା କରାଇବ l ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡି ଏସ ଡବ୍ଲୁ ଓ,ଡି ସି ପି ଓ, ଜିଲ୍ଲା ସଂଯୋଜକ ମିଶନଶକ୍ତି, ଡି ଆଇ ପି ଆର ଓ,ସି ଡି ପି ଓ,ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ବୃନ୍ଦ, ସ୍କୁଲ ଛାତ୍ର ଛାତ୍ରୀ, ପୋଷଣ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ପ୍ରମୁଖ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ