Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ ନାଗରିକ ପରିଷଦ ପକ୍ଷରୁ ଜନ ସଚେତନତା ଅଭିଯାନ

ଝାରସୁଗୁଡା ୨୬/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ୩୩ ଗୋଟି ପଞ୍ଚାୟତକୁ ନେଇ ଗଠିତ ସର୍ବ ବୃହତ ଲଖନପୁର ବ୍ଲକକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରେ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ମାତ୍ର ଏଥିପ୍ରତି ରାଜ୍ୟ ସରକାର କୌଣସି ଗୁରୁତ୍ୱ ଦେଉ ନଥିବା ଯୋଗୁଁ ଲଖନପୁର ବ୍ଲକ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ଲଖନପୁର ବ୍ଲକ ନାଗରିକ ପରିଷଦ ମଧ୍ୟ ଆନ୍ଦୋଳନକୁ ବିରାଟ ରୂପ ଦେବାକୁ ଜୋରସୋରରେ ତାର ପ୍ରୟାସ ଜାରି ରଖିଛି ଏବଂ ପ୍ରତ୍ୟେକ ପଞ୍ଚାୟତର ଗ୍ରାମ ଓ ପଡ଼ା ମାନଙ୍କୁ ଯାଇ ଜନ ସମର୍ଥନ ପାଇଁ ସଭା ସମିତିର ଆୟୋଜନ କରା ଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସଦସ୍ୟ ଅଯୋଧ୍ୟା ଚଇନି ସଭାପତିତ୍ୱ କରିଥିବା ବେଳେ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏ ପ୍ରସଙ୍ଗରେ ଉପସ୍ଥିତ ଗ୍ରାମବାସୀ ବୃନ୍ଦ ନିଜ ନିଜ ସୁ ଚିନ୍ତିତ ମତାମତ ଦେବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଲଖନପୁର ବ୍ଲକ ବିଭାଜନ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି । ତାହେଲେ ଲଖନପୁର ବ୍ଲକ ବାସୀ ସମୂହ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହାକୁ ଉପସ୍ଥିତ ସଦସ୍ୟ ମାନେ ସମର୍ଥନ କରିଥିବା ସଭାର ସଭାପତି ଶ୍ରୀ ଚଇନି ପ୍ରକାଶ କରିଛନ୍ତି । ଏହା ସହିତ ଆନ୍ଦୋଳନକୁ ଶାଣିତ କରିବା ପାଇଁ ଏକ ଗ୍ରାମ୍ୟ କମିଟି ଗଠିତ ହୋଇଥିଲା । ଉକ୍ତ କମିଟିରେ ବେଣୁଧର ସାହୁ, ହୃଦାନନ୍ଦ ବିଶ୍ଵାଳ, ରମେଶ ମେହେର, ପଞ୍ଚରାମ ମେହେର, ପ୍ରେମାନନ୍ଦ ସିଂହ ଦେଓ, ନନ୍ଦଲାଲ ସେଟ, ସନାତନ ସାହୁ ଏବଂ ଦୁଷ୍ମନ୍ତ ସା ଙ୍କୁ ସର୍ବ ସମ୍ମତି କ୍ରମେ ନୂତନ କମିଟିର ସଦସ୍ୟ ଭାବେ ମନୋନୀତ କରା ଯାଇଥିଲା । ଆଜିର ବୈଠକରେ ନାଗରିକ ପରିଷଦର ସଭାପତି ଶ୍ରୀ ମିଶ୍ରଙ୍କ ସହିତ ଉପ ସଭାପତି ତୁଷାରାମ ପଧାନ, ସଦସ୍ୟ ମହେନ୍ଦ୍ର କୁମାର ସାଏ, ଲଲାଟ ବିଶ୍ଵାଳ, ପ୍ରେମାନନ୍ଦ ସିଂହ ଦେଓ, ବ୍ରଜମୋହନ କଲ୍ୟାରୀ, ସନାତନ ସାହୁ, ଦୁଷ୍ମନ୍ତ ସା, ବେଣୁଧର ସାହୁ,ଉମେଶ ପଧାନ, ଭୁବନେଶ୍ୱର ସାହୁ, ଛବିଲ ମେହେର, ହେମ କୁମାର ପଧାନ, ଖେଦୁ ଖମାରୀ, ମୀନକେତନ ସାହୁ, ତେଜରାମ ମେହେର,ଡମ୍ବରୁଧର ସା ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ । ଶେଷରେ ହୃଦାନନ୍ଦ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ