Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଆରି ନିଆରି ଚୁଡୁତିଆ ସମାଜ ମହୁରୀ ତାଲୁକା ତରଫରୁ ସମ୍ବର୍ଦ୍ଧନା ସହ ମିଷ୍ଟାନ୍ନ ବଣ୍ଟନ  

ଗୋପାଳପୁର ୨୬/୧୧/୨୩ କରାପଲ୍ଲି ସ୍ଥିତ ଲିଆରୀ ମଣ୍ଡପ ଠାରେ ଆଜି ଲିଆରି ନିଆରି ଚୁଡୁତିଆ ସମାଜ ମହୁରୀ ତାଲୁକା ତରଫରୁ ଅଞ୍ଚଳର କାର୍ଯ ରତ ଥିବା ସାମ୍ବାଦିକ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଲିଆରି ସମାଜର ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲା ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ଅବହେଳିତ ଲିଆରି ଜାତିର ଉନ୍ନତି ଦିଗରେ ଚେଷ୍ଟା ଜାରି ରଖିଛି। ଲିଆରି ଜାତିକୁ ଓ ବି ସି ରେ ସାମିଲ କରିବା ପାଇଁ ଦାବୀକୁ ବିଭିନ୍ନ ସମୟରେ ସ୍ଥାନୀୟ ସାମ୍ବାଦିକ ବନ୍ଧୁ ଓ ସମ୍ବାଦପତ୍ର ମାଧ୍ୟମରେ ସରକାରଙ୍କ ଠାରେ ଉପସ୍ଥାପନ କରାଇ  ଥିବାରୁ ବର୍ତ୍ତମାନ ଏସ ଇ ବି ସି ରେ ସାମିଲ କରିବାରେ ସଂଘ ସମର୍ଥ ହୋଇଛନ୍ତି। ସେଥି ପାଇଁ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଭୂୟସୀ ପ୍ରଶଂସା କରି ପୁଷ୍ପଗୁଛ ଓ ଉପଢୌକନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏହି ସଭାରେ ଲିଅରି ସମାଜ, ମହୁରୀ ତାଲୁକା ତଥା ସମାଜର କେନ୍ଦ୍ରୀୟ ସଭାପତି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ। ମହୁରୀ ତାଲୁକା ଆଇନ ପରାମର୍ଶ ଦାତା ଶ୍ରୀ ପଞ୍ଚୁ ବେହେରା, ସମ୍ପାଦକ ଗୋପାଳ ବେହେରା, ଉପ ସଭାପତି ଦିଲୀପ କୁମାର ବେହେରା, ବରିଷ୍ଟ କାର୍ଯ୍ୟକର୍ତ୍ତା ଭାସ୍କର ବେହେରା, ପ୍ରମୋଦ ବେହେରା, ଦୀନବନ୍ଧୁ ବେହେରା, ଶିଶିର ବେହେରା, ଭିକାରୀ ବେହେରା ପ୍ରମୁଖ ଙ୍କ ସମେତ କାର୍ଯ୍ୟରତ ଅଞ୍ଚଳର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ଶଙ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories