Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ବପୁଆ ରୁ ଯୁବକଙ୍କ ଝୂଲନ୍ତା ଶବ ଉଦ୍ଧାର ଘଟଣା।,ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଗୋପାଳପର ୨୬/୧୧ ଆମ୍ବପୁଆ ସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିକଟରେ ଥିବା ଶାଗୁଆନ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଶନିବାର ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି ମୃତକ ଯୁବକଙ୍କ ପରିବାର ବ୍ରହ୍ମପୁର ବଡ ମେଡିକାଲ ରେରେ ପହଞ୍ଚି ଶବକୁ ଚିହ୍ନଟ କରିବା ସହ ତାଙ୍କୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ମୃତ ଯୁବକ ଜଣଙ୍କ ଭଦ୍ରକ ଜିଲ୍ଲା ହରିପୁର ଗ୍ରାମର ସୂର୍ଯ୍ୟ କାନ୍ତ ବିଶ୍ବାଳ(୨୭) ବୋଲି ପୁଲିସ କହିଛି। ପରିବାର ଲୋକେ ଗୋପାଳପୁର ପୁଲିସ ଠାରୁ ଖବର ପାଇଁ ଆଜି ମେଡିକାଲରେ ପହଞ୍ଚିଥିଲେ। ପୁଅକୁ ଚିହ୍ନଟ କରିବା ପରେ ବାପା ବସନ୍ତ କୁମାର ବିଶ୍ବାଳ ପୁଅକୁ ହତ୍ୟା ହୋଇଥିବା ସନ୍ଦେହ କରି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୪୮୯/୨୩ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ଗୃହରେ ଥିବା ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ କହିଛି। ଅନ୍ୟ ପଟେ ଯୁବକ ଜଣଙ୍କ ଗତ ତିନି ବର୍ଷ ହେଲା ଆମ୍ବପୁଆ ଅଞ୍ଚଳରେ ଏକ ପରିବା ଦୋକାନ ରେ ରହି କାମ କରି ଆସୁଥିବା ବେଳେ କିପରି ଯୁବକ ଜଣଙ୍କ ମୃତ୍ୟୁ ଘଟିଲା, ତାହା ସନ୍ଦେହ ଘେରରେ ରହିଛି।
ବ୍ୟବେଚ୍ଛଦ ରିପୋର୍ଟ ମିଳିବା ପରେ ସତ୍ୟ ସତ୍ୟତା ଜଣାପଡିବ, ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories