Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ

ଗୋପାଳପୁର ୨୭/୧୧ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗ ଯୋଗ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗ ନିଜର ବୃତ୍ତିଗତ ଅଭିଜ୍ଞତା ବିଷୟରେ କହିବା ସହ ପୂର୍ବରୁ ସମ୍ପାଦକ ଦ୍ଵାରା ଚାପ ତଥା ରାଜନୀତିକ ପ୍ରଭାବ ଏବଂ ସୂଚନା ପାଇବାରେ ଅସୁବିଧା ଯୋଗୁଁ ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚି ପାରୁନଥିଲା ମାତ୍ର ଏବେ ଡିଜିଟାଲ ଯୁଗରେ ମିଥ୍ୟା ଖବର ଏବଂ ସୋସିଆଲ ମିଡିଆ ଦ୍ଵାରା ଆସୁଥିବା ଆହ୍ୱାନର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ l ସମ୍ମାନିତ ଅତିଥି ଭାବେ ଆକାଶବାଣୀ ବ୍ରହ୍ମପୁର ର ପୂର୍ବତନ ନିର୍ଦେଶକ ତଥା ଉଦଘୋଷକ ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ସମ୍ମିଳନୀର ବିଷୟ ବସ୍ତୁ ‘ଡିଜିଟାଲ ଯୁଗରେ ପ୍ରାମାଣିକ ସାମ୍ବାଦିକତାର ଶକ୍ତି ଉନ୍ମୋଚନ’ ବିଷୟରେ କହିବାକୁ ଯାଇ ସେ ଏହି ଆଧୁନିକ ଯୁଗର ନୂତନ ଜ୍ଞାନ କୌଶଳ ବ୍ୟବହାର କରି କିପରି ସାମ୍ବାଦିକତା ବୃତ୍ତି ଆଗକୁ ବଢ଼ିହେବ ପିଲାମାନଙ୍କୁ ଉପଦେଶ ଦେଇଥିଲେ। ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ଅନୁଭୂତି ରଖିଥିଲେ। ଏହା ପରେ ଆବାହକ ପ୍ରଫେସର ଗଣେଶ ସେଠୀ ସମ୍ମିଳନୀର ବିବରଣୀ ପାଠ କରିଥିଲେ ।ଏହାପରେ ସମ୍ମିଳନୀରେ ଭାଗନେଇଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଛାତ୍ରଛାତ୍ରୀ ଓ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ୨ଦିନିଆ ସମ୍ମିଳନୀ ରେ ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ୬୪ ଜଣ ଗବେଷକ ଅଂଶଗ୍ରହଣ କରିବା ସହ ନିଜ ନିଜ ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ।ଶେଷରେ ସମ୍ମିଳନୀର ସମ୍ପାଦକ ଅଧ୍ୟାପକ ସୌରଭ ପ୍ରକାଶ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡ଼ ବନ୍ଦିତା ପଣ୍ଡା , ଡ଼. ଜୟନ୍ତ ପଣ୍ଡା, ଡ଼ ନେହା ପାଣ୍ଡେ , ଡ଼. ଚିନୁ ବୋହିଦାର, ଅଗ୍ନି କୁମାର ବେହେରା ଙ୍କ ସମେତ ଗବେଷଣା ଛାତ୍ର ଛାତ୍ରୀ ମାନେ ଏବଂ ପିଜି ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories