Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି ଗୋପାଳପୁର ଛକ ଡୁରା ଓଭରବ୍ରିଜ ଅଞ୍ଚଳ।

ଗୋପାଳପୁର,୨୪/୧୧ ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ଛକ ଡୁରା ଓଭରବ୍ରିଜ ଅଞ୍ଚଳ ଯେଉଁ ଠାରେ ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଚିତ ହେବା ସହ ପ୍ରତିଦିନ ଛୋଟ୍ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳିଛି।ଡୁରା ଓଭରବ୍ରିଜ ତଳ ଅଞ୍ଚଳ ଟି ଏକ ଚାରି ଛକିଆ ସ୍ଥାନ ହୋଇଥିବା ବେଳେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ସମେତ ହଳଦିଆପଦର ପଟୁ ଆସୁଥିବା ଗାଡି ମୋଟର ଗୁଡ଼ିକ ଯାଆସ କରିଥାନ୍ତି ବିଶେଷକରି କରି ଏହି ଅଞ୍ଚଳ ଟି ଓଭରବ୍ରିଜ ତଳ ସ୍ଥାନ ହୋଇଥିବାରୁ ଗୋପାଳପୁର ପଟୁ ବ୍ରହ୍ମପୁର ଯିବା ,ହଳଦିଆପଦର ଓ ଛତ୍ରପୁର ପଟୁ ଆସୁଥିବା ଗାଡି ମୋଟର ମଧ୍ୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ।ଏହା ସହ ଉକ୍ତ ଛକ ଅଞ୍ଚଳ ରେ ଏକ ଚାହା ଦୋକାନ ରହିଥିବା ବେଳେ ପ୍ରତିଦିନ ସନ୍ଧ୍ୟା ରେ ପ୍ରବଳ ଗହଳି ରହୁ ଥିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ। ଏହାକୁ ନଜର ରେ ରଖି ଗୋପାଳପୁର ପୁଲିସ ପକ୍ଷରୁ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ସଜାଡ଼ିବା ନିମନ୍ତେ ୨ ଜଣ କନେଷ୍ଟବଳ କୁ ନିଯୁକ୍ତି ଦିଆ ଯାଉଥିଲେ ମଧ୍ୟ ସେମାନେ ଡ୍ୟୁଟି କରିବା ବଦଳରେ ଛକରେ ଥିବା ଠାକୁରାଣୀ ମନ୍ଦିର ସମ୍ମୁଖରେ ବସି ରହୁଥିବାରୁ ଏପରି ସ୍ଥିତି ଉପୁଜି ଥିବା ସାଧାରଣରେ ଅଭିଯୋଗ ହେଉଛି। ଏଣୁ ଟ୍ରାଫିକ ଅବ୍ୟବସ୍ଥା ସଜାଡ଼ିବା ପାଇଁ ପୁଲିସ ପକ୍ଷରୁ ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories