Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜରେ ଏନ୍. ସି. ସି ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଏନ. ସି. ସି. ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ଛତ୍ରିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏନ. ସି. ସି. ପତାକା ଉତ୍ତୋଳନ କରିବା ସହିତ ବକ୍ତବ୍ୟ ରଖିଥିଲେ । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏନ. ସି. ସି. ର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I କ୍ୟାପଟେନ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୋଟ ୫୨ଜଣ କେଡେଟ ଅଂଶଗ୍ରହଣ କରିଥିଲେ I ପ୍ୟାରେଟ ପରିଚାଳନାରେ ବଳରାମ ମହାକୁଡ଼ , କିରଟି କଲତା , ବିକାଶ କୁମାର ଦାଶ , ପ୍ରଭାତ ରଞ୍ଜନ ଖଣ୍ଡଗିରୀ , କୈଳାଶ ସୁନା ପ୍ରମୁଖ ନେତୃତ୍ୱ ନେଉଥିଲେ I କାର୍ଯ୍ୟକ୍ରମ ସମ୍ପାଦନରେ ଚିନ୍ମୟ କୁମାର ପଣ୍ଡା ସହଯୋଗ କରିଥିଲେ l