Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରେମତା ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନନ୍ଦସିଆଁ ଚମ୍ପିଆନ୍

ଝାରସୁଗୁଡା ୨୭/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ଗାଁର ଖେଳ ପଡ଼ିଆରେ ତୀରଙ୍ଗା ଫାଉଣ୍ଡେସନ ଓ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି । ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝାରସୁଗୁଡା ଓ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲାରୁ ମୋଟ ୩୬ ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଛତିଶଗଡ଼ର ଉଭୟ ନନ୍ଦସିଆଁ ଓ କୋଇଲଙ୍ଗା କ୍ରିକେଟ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଇଲଙ୍ଗାକୁ ହରାଇ ନନ୍ଦସିଆଁ ଦଳ ଚମ୍ପିଆନ୍ ହୋଇଥିଲା । ଏମ୍ପିୟାର ଭାବେ ବବୁଲୁ ଓ ଶରତ ଖେଳ ପରିଚାଳନା କରିଥିଲେ ।
ଆଜିର ଉଦଯାପନୀ ଉତ୍ସବରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ବିଶ୍ୱନାଥ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ କନକତୋରା ସରପଞ୍ଚ ସୁଶାନ୍ତ ଚଇନି,ପଞ୍ଚଗାଁ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଅଶୋକ ସାହୁ, ଦେବାର୍ଚନ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ଏହି ଅବସରରେ ତୀରଙ୍ଗା ଫାଉଣ୍ଡେସନ ପକ୍ଷରୁ ଅସହାୟ ଵୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର (କମ୍ବଳ )ବଣ୍ଟନ କରା ଯାଇଥିଲା । ଆଗାମୀ ଦିନରେ ୧୯ ଖଣ୍ଡ ମୌଜା ଅଞ୍ଚଳରେ ଥିବା ଅନ୍ୟ ଅସହାୟ ପରିବାର ବର୍ଗଙ୍କୁ ମଧ୍ୟ ଗରମ ବସ୍ତ୍ର ବଣ୍ଟନ କରାଯିବ ବୋଲି ତୀରଙ୍ଗା ଫାଉଣ୍ଡେସନର ସଭାପତି ପ୍ରମୋଦ ସା ସୂଚନା ଦେଇଛନ୍ତି । ତ୍ରିରଙ୍ଗା ଫାଉଣ୍ଡେସନର ସଭାପତି ପ୍ରମୋଦ ସା, ସମ୍ପାଦକ ଦୀନବନ୍ଧୁ ସେଠ, ପ୍ରଶାନ୍ତ ସାହୁ, କୁନୁ ସା, ଅବଧୂତ ଭୋଇ, ହେମନ୍ତ ସେଠ, ସତ୍ୟ ମେହେର ଏବଂ ଜୟ ଜଗନ୍ନାଥ କ୍ରିକେଟ କ୍ଲବର ସଦସ୍ୟ ମାନଙ୍କ ମଧ୍ୟରେ ଥଣ୍ଡାରାମ, ବିମଲ, ପରେଶ, ଆଶିଷ,କୁଞ୍ଜ, ପଦ୍ମନ, ଉତପଳଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

More Stories