Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମ ବି ବି ଏସ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ଏବଂ ପରୀକ୍ଷାକୁ ନେଇ ଏମ କେ ସି ଜି ବିଦ୍ୟାର୍ଥୀ ଙ୍କ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା

ଗୋପାଳପୁର ୨୯/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ପ୍ରଶ୍ନପତ୍ର ବିଭ୍ରାଟ ଏବଂ ପୁନଃ ପରୀକ୍ଷାକୁ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି l ଆଜି ସାଢେ ୧୨ ଟା ସମୟରେ ବ୍ରହ୍ମପୁର ମେଡିକାଲ କଲେଜର ଶତାଧିକ ବିଦ୍ୟାର୍ଥୀ ବିଶ୍ଵବିଦ୍ୟାଳୟରେ ପହଞ୍ଚି ଗତ ୧୭ ତାରିଖରେ ହୋଇଥିବା ଡାକ୍ତରୀ(ଏମ ବି ବି ଏସ) ପରୀକ୍ଷା ର ପ୍ରଥମ ପେପର ଆନୋଟୋମି -୧ ର ପ୍ରଶ୍ନ ପତ୍ରରେ ପ୍ରଶ୍ନ ସହ ୨୦ ମାର୍କ ର ଉତ୍ତର ରହିଥିବାରୁ ଏହି ପରୀକ୍ଷାକୁ ବିଶ୍ଵବିଦ୍ୟାଳୟ ପରୀକ୍ଷା ବିଭାଗ ପକ୍ଷରୁ ପୁନଃ ପରୀକ୍ଷା କରିବା ପାଇଁ ୨୪ ତାରିଖରେ ବିଜ୍ଞପ୍ତିରେ ପ୍ରକାଶ ପାଇବା ସହ ଏହି ପରୀକ୍ଷାକୁ ଡିସେମ୍ବର ୭ ରେ ପରୀକ୍ଷା କରିବା ପାଇଁ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନିଆଯାଇଥିଲା l ଏହାକୁ ନେଇ ଆଜି ବହୁ ଛାତ୍ର ଛାତ୍ରୀ ବିଶ୍ଵବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରୟଣ କୁଣ୍ଡ, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇ ଆଲୋଚନା କରିଥିଲେ l ୧୭ ତାରିଖ ଅନୁଷ୍ଠିତ ପରୀକ୍ଷାରେ ୨୦ ମାର୍କ ଗ୍ରେସ ଦେବା ସହ ଡିସେମ୍ବର ୭ ରେ ପୁନଃ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିବାକୁ ଦାବି ଜଣାଇ ଥିଲେ l ଘଟଣା ନେଇ କୁଳପତି ସମେତ ପରୀକ୍ଷା ନିୟନ୍ତ୍ରକ ଙ୍କ ପକ୍ଷରୁ ଶୀଘ୍ର ଏକ କମିଟି ଗଠନ କରାଯାଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କର୍ତୃପକ୍ଷ କହିଥିବା ଛାତ୍ର,ଛାତ୍ରୀ କହିଛନ୍ତି lଏହା ସହ ବିଶ୍ବବିଦ୍ୟାଳୟ ପରୀକ୍ଷା ବିଭାଗର ଭୂଲ ପାଇଁ ବିଦ୍ୟାର୍ଥୀ ମାନେ କଣ ପାଇଁ ହଇରାଣ ହେବା ସହ ପୁନଃ ପରୀକ୍ଷା ଦେଇ ମାନସିକ ଚାପ ଗ୍ରସ୍ତ ହେବେ ବୋଲି ମଧ୍ୟ ଅନେକ ବିଦ୍ୟାର୍ଥୀ ଆଜି ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories