Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମିରା ପଞ୍ଚଖଣ୍ଡା ଖେଳ ପଡିଆରେ ଆଜି (ଗୁରୁବାର)ଠାରୁ ଆରମ୍ଭ ହେଉଛି ଓଡିଶା ର ଶ୍ରେଷ୍ଠ 9 ଟି ଦଳ ମଧ୍ୟରେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ପଞ୍ଚଖଣ୍ଡା ଖେଳ ପଡିଆ ରେ ଆଜିଠୁ(ଗୁରୁବାର) ଆରମ୍ଭ ହେଉଛି ୧୦ମ ସୁଧିର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ସ୍ଥାନୀୟ କମିରା କ୍ରିକେଟ ଏସୋସିଏସନ ଆନୁକୁଲ୍ୟରେ ହେବାକୁ ଥିବା ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ଶ୍ରେଷ୍ଠ ୯ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଉଦଘାଟନୀ ମ୍ୟାଚ ଏମ ଏମ ସି ସି ସମ୍ବଲପୁର ଓ କମିରା କ୍ରିକେଟ ଏସୋସିଏସନ ମଧ୍ୟରେ ଗୁରୁବାର (୩୦ ତାରିଖ) ଆରମ୍ଭ ହେଉଥିବାବେଳେ ୧ ତାରିଖ ( ଶୁକ୍ରବାର) ଦିନ ପ୍ରଥମ ମ୍ୟାଚ୍ ଟି ପ୍ରଥମ ଦିନ ର ବିଜେତା ଓ ଷ୍ଟାର ଇଲେଭେନ, କଟକ ମଧ୍ୟରେ ହେବ । ଏହି ଦିନ ଦ୍ଵିତୀୟ ମ୍ୟାଚ୍ ଟି ଷ୍ଟାର -୧୧ ୟୁନିଟ -୯( ଭୁବନେଶ୍ଵର) ଓ ଇମେଜ -୧୧(ଭଦ୍ରକ) ମଧ୍ୟରେ ହେବ । ଏହି ମ୍ୟାଚ୍ ର ବିଜେତା ଦ୍ଵିତୀୟ ଦିବସର ପ୍ରଥମ ମ୍ୟାଚ୍ ର ବିଜେତା ସହିତ ପ୍ରଥମ ସେମି ଫାଇନାଲ ଖେଳିବ । ୨ ତାରିଖ(ଶନିବାର) ଦିନ ପ୍ରଥମ ମ୍ୟାଚ୍ ଟି କମଣ୍ଡୋ -୧୧ , ଭୁବନେଶ୍ଵର ଓ ଏସ ଏସ ଲୁଟୁ ୱାରିଅର , ଅନୁଗୁଳ ମଧ୍ୟରେ ହେବ। ଶନିବାର ଦିନ ଦ୍ଵିତୀୟ ମ୍ୟାଚ୍ ଟି ବ୍ରହ୍ମଗିରି -୧୧(ପୁରୀ) ଓ ଜାହଁ -୧୧ ହିଟମାଇଣ୍ଡ (ଭଦ୍ରକ) ମଧ୍ୟରେ ହେବ। ଶନିବାର ର ପ୍ରଥମ ମ୍ୟାଚ୍ ର ବିଜେତା ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ମଧ୍ୟରେ ଟୁର୍ଣ୍ଣାମେଣ୍ଟ ର ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ୍ ହେବ । ୩ ତାରିଖ (ରବିବାର ଦିନ) ଏହାର ଫାଇନାଲ ମ୍ୟାଚ୍ ହେବାର ସ୍ଥିରୀକୃତ ହୋଇଛି । ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଦଳ କୁ ଟ୍ରଫି ସହିତ ନଗଦ ୫୦ ହଜାର ଟଙ୍କା ଓ ରନର୍ସ ଅଫ ଦଳ କୁ ନଗଦ ୩୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ। ଏହା ସହିତ ପ୍ରତ୍ୟହ ମ୍ୟାନ ଅଫ ଦି ମ୍ୟାଚ୍ , ମ୍ୟାନ ଅଫ ଦି ସିରିଜ୍ , ଶ୍ରେଷ୍ଠ ବୋଲର , ଶ୍ରେଷ୍ଠ ବ୍ୟାଟସ୍ ମ୍ୟାନ , ଶ୍ରେଷ୍ଠ ସିକ୍ସର , ଶ୍ରେଷ୍ଠ ୱିକେଟ କିପର ଆଦି ପୁରସ୍କାର ପ୍ରଦାନ କରାଯିବ ବୋଲି ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ସଭାପତି ନିର୍ମଳ ମୁଦୁଲି ପ୍ରକାଶ କରିଛନ୍ତି ।